ଓଡିଶା

ମା ରାମଚଣ୍ଡୀ ମଠ ପକ୍ଷରୁ ବୃକ୍ଷ ରୋପଣ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ୱୀପ)- “ବୃକ୍ଷ ହିଁ ଜୀବନ” ଏ କଥା ସାମ୍ପ୍ରତିକ ସ୍ଥିତିରେ ଯେତିକି ଗୁରୁତ୍ବ ବହନ କରୁଛି। ବିଗତ ଦିନରେ ତଥା ବର୍ତ୍ତମାନ ସମୟରେ ଯେଉଁ ଅନୁପାତରେ ବୃକ୍ଷରାଜୀ ବା ବୃକ୍ଷ ସମ୍ପଦକୁ ମଣିଷ ସମାଜ ନିଜ ଆବଶ୍ୟକତା ଅନୁଯାୟୀ ନଷ୍ଟ କରିବାରେ ଲାଗିଛି । ଆଗାମୀ ଦିନରେ ମଣିଷ ମାନଙ୍କର ଜୀବନ ଧାରଣ ପାଇଁ ଆବଶ୍ୟକୀୟ ଅମ୍ଳଜାନ ମିଳିବା ଅତ୍ୟନ୍ତ କଷ୍ଟ ସାଧ୍ୟ ହେବ। କେବଳ ସେତିକି ନୁହେଁ ବୃକ୍ଷ ପାଇଁ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ସହିତ ବୃକ୍ଷ ଯୋଗୁ ଋତୁ ପରିବର୍ତ୍ତନ ଭୂତଳ ଜଳସ୍ତର କ୍ଷୟ ଆଦି ବିଭିନ୍ନ ସମସ୍ୟା ଆଗାମୀ ଦିନରେ ଏକ ବିରାଟ କ୍ଷତି ସୃଷ୍ଟି କରିବ। ଯାହାକି ଆଗାମୀ ଭବିଷ୍ୟତ ମାନଙ୍କ ପାଇଁ ଏକ ଆହ୍ବାନ ହେଇ ସାମ୍ନାରେ ଛିଡ଼ାହେବ। ଆଜିର ଦିନରେ ବୃକ୍ଷର ଆବଶ୍ୟକତାକୁ ଅନୁଭବ କରି ମା ରାମଚଣ୍ଡୀ ମଠ ପକ୍ଷରୁ ପାରାଦ୍ଵୀପ ସ୍ଥିତ ବିଜୟଚନ୍ଦ୍ରପୁର ଠାରେ ବିଭିନ୍ନ ଖାଲି ସ୍ଥାନ ମାନଙ୍କରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି। ପାରାଦ୍ଵୀପ ଭଳି ଶିଳ୍ପ ସମୃଦ୍ଧ ସହରରେ ବାୟୁ ପ୍ରଦୂଷଣ , ଜଳ ପ୍ରଦୂଷଣ ଆଦି ଅନେକ ସମସ୍ୟା ଏହି ବୃକ୍ଷହାନି ପାଇଁ ଦେଖାଦେଇଥିବା ବେଳେ ଏଭଳି ଏକ ଉଦ୍ୟମ ନିଶ୍ଚିତ ଆଗାମୀ ଦିନରେ ଏକ ସୁସ୍ଥ ପରିବେଶ ତିଆରି କରିବାରେ କିଞ୍ଚିତ ସାହାଯ୍ୟ କରିବ। ଏହି ଅବସରରେ ମା ରାମଚଣ୍ଡୀ ମଠ ପକ୍ଷରୁ ଡଃ ଅୟସକାନ୍ତ ରାଏ, ସଭାପତି କୈଳାସ ଚନ୍ଦ୍ର ସ୍ବାଇଁ, ଉପସଭାପତି ମିଟୁ ବଳ ସମ୍ପାଦକ ଶୁସାନ୍ତ ସାମଲ, ପ୍ରଦୀପ ସ୍ବାଇଁ,ପିପୁ ସାମଲ, ବିବେକାନନ୍ଦ ମହାପାତ୍ର, ବାପୁ ଶତପଥୀ ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।

Related posts

ପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀ ଘୋଷଣା କଲେ ଦୁଇ ଦଳ; ବାକି ରହିଗଲା ବିଜେଡି

mahabharatanews

‘ଜିରୋ ଏଫ୍ ମିଶନ’ ଉପରେ ଗୁରୁତ୍ୱ 

mahabharatanews

ସରାକରଙ୍କ ନିୟମ ମାନୁନାହାନ୍ତି ଗ୍ୟାସ ଏଜେନ୍ସି

mahabharatanews