Uncategorized

ମ୍ୟୁଚୁଆଲ୍ ଫଣ୍ଡ ପାଇଁ ୫୦ ହଜାର କୋଟି ସ୍ପେସାଲ୍ ଲିକ୍ୟୁଡିଟି ଫେସିଲିଟି ଘୋଷଣା

ନୂଆଦିଲ୍ଲୀ: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମ୍ୟୁଚୁଆଲ୍ ଫଣ୍ଡଗୁଡ଼ିକ ପାଇଁ ୫୦ ହଜାର କୋଟି ଟଙ୍କାର ସ୍ପେସାଲ୍ ଲିକ୍ୟୁଡିଟି ଫେସିଲିଟି ଘୋଷଣା କରିଛି। ଗତ ସପ୍ତାହରେ ଫ୍ରାଙ୍କଲିନ୍ ଟେମ୍ପଲ୍‌ଟନ୍ ୬ଟି ଫଣ୍ଡ୍‌ ବନ୍ଦ କରିବା ପରେ ରିଜର୍ଭ ବ୍ୟାଙ୍କ୍ ଏହି ପଦକ୍ଷେପ ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ୍ କହିଛି ଯେ କରୋନାଭାଇରସ୍ ଲକ୍‌ଡାଉନ୍‌ ପୁଞ୍ଜି ବଜାରରେ ଅସ୍ଥିରତା ବଢ଼ାଇ ଦେଇ ମ୍ୟୁଚୁଆଲ୍ ଫଣ୍ଡରେ ଲିକ୍ୟୁଡିଟି ଚାପ ପକାଇଛି। କେତେକ ମ୍ୟୁଚୁଆଲ୍‌ ଫଣ୍ଡ୍ ବନ୍ଦ ଯୋଗୁଁ ଋଣ ପରିଶୋଧ ଚାପ ଲିକ୍ୟୁଡିଟି ଷ୍ଟ୍ରେନ୍‌କୁ ତୀବ୍ରତର କରିପକାଇଛି।

କିନ୍ତୁ, ରିଜର୍ଭ ବ୍ୟାଙ୍କ୍ ଆହୁରି କହିଛି ଯେ ସାମ୍ପ୍ରତିକ ପରିସ୍ଥିତିରେ କେବଳ ହାଇ-ରିସ୍କ୍ ଡେଟ୍ ମ୍ୟୁଚୁଆଲ୍ ଫଣ୍ଡ୍ ଉପରେ ଚାପ ସୀମିତ ରହିଛି। ବୃହତ୍ତର ଶିଳ୍ପ ଲିକୁଇଡ୍ ରହିଛି।

ରିଜର୍ଭ ବ୍ୟାଙ୍କ୍ ବିବୃତିରେ ଉଲ୍ଲେଖ ଅଛି ଯେ ମ୍ୟୁଚୁଆଲ୍ ଫଣ୍ଡ୍ ପାଇଁ ସ୍ପେସାଲ୍ ଲିକ୍ୟୁଡିଟି ଫେସିଲିଟି ଅସୀମିତ ଏବଂ ପ୍ରସ୍ତୁତ ହୋଇ ରହିଛି। ଛୁଟି ଦିନ ବ୍ୟତୀତ ସୋମବାର ଠାରୁ ଶୁକ୍ରବାର ମଧ୍ୟରେ ଯେକୌଣସି ଦିନ ବ୍ୟାଙ୍କମାନେ ସେମାନଙ୍କର ବିଡ୍ ଦାଖଲ କରି ଫଣ୍ଡ୍‌ ପାଇ ପାରିବେ।

Related posts

ସେଓ ବିକ୍ରି କରି ଧନୀ ଗାଁ

mahabharatanews

ଦଳିତଙ୍କୁ କାନ୍ଧରେ ବସାଇଲେ ମନ୍ଦିର ପୂଜକ

mahabharatanews

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୧୯୬୬୫ରେ ପହଞ୍ଚିଲା

mahabharatanews