Uncategorized

ଯବାନଙ୍କ ଗୁଳିମାଡରେ ଖସିଲା ପାକରେ ଡ୍ରୋନ

(ଫିରୋଜପୁର): ଭାରତ-ପାକିସ୍ତାନ ସୀମାରେ ସନ୍ଦେହଜନକ ଭାବେ ଉଡୁଥିବା ଏକ ଡ୍ରୋନକୁ ବିଏସଏଫ ଯବାନ ଗୁଳି କରି ଖସାଇ ଦେଇଛନ୍ତି । ସୋମବାର ମଧ୍ୟରାତିରେ ପଞ୍ଜାବର ଫିରୋଜପୁର ଜିଲ୍ଲା ଭାରତ-ପାକ୍ ସୀମାରେ ଏହି ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ବିଏସଏଫ ଯବାନମାନେ ଏହାର ଗତିବିଧିକୁ ଯାଞ୍ଚ କରିଥିଲେ । ହଠାତ ଡ୍ରୋନଟି କେଉଁ ଆଡେ ଚାଲି ଯାଇଥିଲା । କିଛି ସମୟପରେ ଡ୍ରୋନଟି ଟେଣ୍ଡିୱାଲା ଗାଁ ନିକଟ ଶାମକେ ବର୍ଡରରେ ଉଡୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ବିଏସଏଫ ଯବାନଙ୍କ ପକ୍ଷରୁ ଏହା ଉପରେ ଗୁଳିମାଡ କରାଯାଇଥିଲା । ଫଳରେ ଡ୍ରୋନଟି ତଳକୁ ଖସି ପଡିଥିଲା । ବର୍ତ୍ତମାନ ଉକ୍ତ ଡ୍ରୋନର ଯାଞ୍ଚ କରାଯାଉଛି । ପୂର୍ବରୁ ଏଭଳି ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଆଦି ଭାରତକୁ ଚାଲାଣ ହେଉଥିଲା ।

Related posts

ମୋବାଇଲ ଦେଖିବାକୁ ବାରଣ କଲେ ବାପାମା’, କୋର୍ଟ ପହଞ୍ଚିଗଲେ ଭାଇଭଉଣୀ

mahabharatanews

ଶାହୀନବାଗ ବିକ୍ଷୋଭକାରୀଙ୍କ ବିରୋଧରେ ଆନ୍ଦୋଳନ

mahabharatanews

ରାଜଘାଟରେ ବାପୁଙ୍କୁ ଟ୍ରମ୍ପ ଦମ୍ପତିଙ୍କ ଶ୍ରଦ୍ଧାଞ୍ଜଳି

mahabharatanews

Leave a Comment