Uncategorized

ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

(ମହାଭାରତ, ଶ୍ରୀନଗର): ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସର୍ଚ୍ଚ ଅପରେସନରେ ବଡ ସଫଳତା ମିଳିଛି । ଦକ୍ଷିଣ କାଶ୍ମିରର ଅନନ୍ତନାଗରେ ଭାରତୀୟ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ସର୍ଚ୍ଚ ଅପରେସନ ବେଳେ କୌଣସି ଯବାନ ଆହତ ହୋଇନଥିବା ସୂଚନା ରହିଛି । ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଯାଇ ଅନନ୍ତନାଗ ଜିଲ୍ଲାର ଦିଲଗାମ ଅଞ୍ଚଳକୁ ଯବାନମାନେ ଚାରିପଟୁ ଘେରି ରହିଛନ୍ତି । ସ୍ଥାନୀୟ ଦିଲଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ଏସଓଜି, ସିଆରପିଏଫ ଓ ୧୯ ଆର୍ଆର୍ ଯବାନଙ୍କ ପକ୍ଷରୁ ମିଳିିତ ଭାବେ ଘେରାବନ୍ଦୀ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନଙ୍କୁ ପ୍ରଥମେ ଆତ୍ମସମର୍ପଣ ପାଇଁ ସତର୍କ କରାଯାଇଥିଲା । ଏହି ସମୟରେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ । ଏହାର ଜବାବ ଦେବାକୁ ଯାଇ ଯବାନମାନେ ପାଲଟା ଆକ୍ରମଣ କରିଥିଲେ । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି ।

Related posts

ପାକିସ୍ତାନରେ ଦରଦାମ ବୃଦ୍ଧିକୁ ନେଇ ଇମ୍ରାନଙ୍କୁ ଘେରିଲେ ବିରୋଧୀ ନେତା

mahabharatanews

ଅଚାନକ୍‌ କ୍ୟାମେରାରେ କଏଦ୍‌ ହେଲେ ଏକାନ୍ତରେ ରହୁଥିବା ଜନଜାତି, ଚିନ୍ତାରେ ହ୍ୟୁମାନ ରାଇଟ୍ସ ସଂଗଠନ

mahabharatanews

ଜ୍ୟୋତିରାଦିତ୍ୟ ସିନ୍ଧିଆ, ତାଙ୍କ ମା’ କରୋନା ଆକ୍ରାନ୍ତ

mahabharatanews