ଓଡିଶା

ଯାତ୍ରୀବାହୀ ବସ ସହ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା

(ଜ୍ୟୋତିରଞ୍ଜନ ଧର /କଣିହାଁ): ଅନୁଗୋଳ ଜିଲ୍ଲା ୫୫ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଲୁହାମୁଣ୍ଡା ଠାରେ ସୋମବାର ବିଲମ୍ବିତ ରାତିରେ ଏକ ମର୍ମତୁନ୍ଦ ଦୁର୍ଘଟଣା ଘଟିଛି । ତୈଳ ଟ୍ୟାଙ୍କର ଓ ବସ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାସ୍ଥଳରେ ଟ୍ୟାଙ୍କର ଚାଳକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବସରେ ଥିବା ୧୦ ରୁ ଊର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ, ମହାରାଷ୍ଟ୍ରରୁ ୨୪ ଜଣ ଯାତ୍ରୀ ତଥା ପ୍ରବାସୀଙ୍କୁ ନେଇ କଲିକତା ସିଙ୍ଗଭୂମି ଅଭିମୁଖେ ଯାଉଥିବା ବସକୁ ପାରାଦୀପରୁ ରାୟପୁର ଯାଉଥିବା ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା ଦେଇଥିଲା । ମୃତ ଟ୍ୟାଙ୍କର ଚାଳକ ଜଣକ ରାଜେଶ ଯାଦବ ବୋଲି ଜଣାପଡିଛି। ବସରେ ଥିବା ୧୦ ଜଣ ଯାତ୍ରୀ ମଧ୍ୟ ଏହି ଦୁର୍ଘଟଣା ଫଳରେ ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ, ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରିଥିଲେ ।

Related posts

ସ୍ବର୍ଗତ ସାମ୍ୱାଦିକ ଖଗେଶ୍ବର ତରାଇଙ୍କ ଉଦ୍ଦେଶ୍ୟରେ ଶୋକ ସଭା

mahabharatanews

ବଢୁଛି ଶୀତ

mahabharatanews

ଆସନ୍ତା ୩ଦିନ ପ୍ରବଳ ବର୍ଷା ସମ୍ଭାବନା

mahabharatanews