ରାଜନୀତି

ଯୋଗୀଙ୍କୁ ଚେକ୍ ଦେବେ ଚନ୍ଦ୍ରଶେଖର

ଲକ୍ଷେ୍ନø: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁର ଆସନରୁ ଠିଆ କରିଛି ଦଳ । ତେବେ ଯୋଗୀଙ୍କ ବିରୋଧରେ ଆଜାଦ ସାମଜ ପାର୍ଟି ପକ୍ଷରୁ ଚନ୍ଦ୍ରଶେଖର ଆଜାଦ ପ୍ରତିଦ୍ୱନ୍ଦ୍ୱିତା କରିବେ । ପୂର୍ବରୁ ଚନ୍ଦ୍ରଶେଖର କହିଥିଲେ, ସେ ଯୋଗୀଙ୍କ ବିପକ୍ଷରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ।
ଚନ୍ଦ୍ରଶେଖର ପ୍ରାରମ୍ଭିକ ଅବସ୍ଥାରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଯୋଜନା କରୁଥିଲେ । କିନ୍ତୁ କୌଣସି କାରଣରୁ ଅଖିଳେଶଙ୍କ ସହ ଚନ୍ଦ୍ରଶେଖରର ବୁଝାମଣା ସମ୍ଭବ ହୋଇ ନ ଥିଲା । ତେଣୁ ଶେଷରେ ଚନ୍ଦ୍ର ଶେଖରଙ୍କ ଦଳ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।

Related posts

ଶୀତ ଅଧିବେଶନରେ ମମିତା ପ୍ରସଙ୍ଗ ଉଠାଇବ ବିଜେପି

mahabharatanews

ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟରୁ ଇସ୍ତଫା ନିମନ୍ତେ ଶ୍ରୀ ଆକାଶ ପଟ୍ଟନାୟକଙ୍କ ପତ୍ର

mahabharatanews

ରାହୁଲଙ୍କୁ ପୁନର୍ବାର ଜାତୀୟ କଂଗ୍ରେସର ଅଧ୍ୟକ୍ଷ କରିବାକୁ ଦାବି ଉଠିଲା

mahabharatanews