Uncategorized

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିକ୍ଷୋଭକାରୀଙ୍କ ଫଟୋଚିତ୍ର ଥିବା ହୋର୍ଡିଂ ସର୍ବସାଧାରଣରେ ମାରିବା ନେଇ କୌଣସି ନିୟମ ନାହିଁ ବୋଲି କହି ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ତାଗିଦ୍ କରିଛନ୍ତି । କେଉଁ ଆଧାରରେ ସରକାର ହିଂସାରେ ସାମିଲ ଥିବା ଅଭିଯୁକ୍ତଙ୍କ ପୋଷ୍ଟର ଜାରି କରିଛନ୍ତି ସେ ନେଇ କୋର୍ଟ ସରକାରଙ୍କୁ ଜବାବ ମାଗିଛନ୍ତି । ଏହାପରେ ଏହି ମାମଲାକୁ ସୁପ୍ରିମକୋର୍ଟ ତିନି ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି । ମାର୍ଚ୍ଚ ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗୁରୁବାର ଜଷ୍ଟିସ ୟୁୟୁ ଲଳିତ ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ । ୟୁପି ସରକାରଙ୍କ ତରଫରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ । ଏହି ସମୟରେ ଜଣେ ଅଭିଯୁକ୍ତମାନଙ୍କ ପୋଷ୍ଟର ସରକାର କେଉଁ ଆଧାରରେ ମାରିଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ଅଭିଯୁକ୍ତ ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଛି । ଏହି ଘଟଣାର ଭିଡିଓ ଫୁଟେଜ ଟିଭିରେ ପ୍ରସାରିତ ହେଉଛି । ତେଣୁ ଏଭଳି ଅଭିଯୁକ୍ତଙ୍କ ବ୍ୟକ୍ତିଗତ ସୁରକ୍ଷା ବା ଗୋପନୀୟତା କେଉଁଠି ରହିଲା ବୋଲି ଏହାର ଜବାବ ଦେଇଥିଲେ ସଲିସିଟର ଜେନେରାଲ । ଏହି ମାମଲା, ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିବା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଶୁଣାଣି କରି ଅଭିଯୁକ୍ତଙ୍କ ହୋର୍ଡିଂ ହଟାଇବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୟୁପି ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

Related posts

ପଞ୍ଜାବ: କନେଷ୍ଟବ ଗୁଳିରେ ସ୍ତ୍ରୀ ସମେତ ୪ ଜଣଙ୍କ ମୃତ୍ୟୁ

mahabharatanews

କିମ ଜୋଙ୍ଗ ଜୀବିତ ଓ ସୁସ୍ଥ: ଦକ୍ଷିଣ କୋରିଆ

mahabharatanews

କରୋନାରୁ ନିଜକୁ ସୁରକ୍ଷା ଦେଇପାରିନଥିବା ବ୍ୟକ୍ତି ଆମକୁ କି ସୁରକ୍ଷା ଦେବେ

mahabharatanews

Leave a Comment