(ଭୋପାଳ): ମଧ୍ୟପ୍ରଦେଶର ବେରୋଜଗାର ଯୁବକ ଯୁବତୀଙ୍କୁ ଏଣିକି ମାସକୁ ୫ ହଜାର ଟଙ୍କା ମିଳିବ । ଏହି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ‘ମୁଖ୍ୟମନ୍ତ୍ରୀ ଯୁବ ସ୍ୱାଭିମାନ ଯୋଜନା’ରେ ସାମିଲ କରାଯିବ । ଫଳରେ ସେମାନେ ମାସିକ ୫ ହଜାର ଟଙ୍କା ପାଇବେ । ରାଜ୍ୟର ଯୁବଗୋଷ୍ଠୀଙ୍କୁ ୧୦୦ ଦିନର ରୋଜଗାର ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଆଣିଛନ୍ତି । ପୂର୍ବରୁ ଏହି ଯୋଜନାର ଅନ୍ତର୍ଭୁକ୍ତ ବେକାର ଯୁବକ ଯୁବତୀମାନଙ୍କୁ ମାସିକ ୪ ହଜାର ଟଙ୍କା ଦିଆଯାଉଥିବା ବେଳେ ବର୍ତ୍ତମାନ ଅର୍ଥରାଶି ଆଉ ଏକ ହଜାର ବୃଦ୍ଧି କରାଯାଇଛି । ଗତ ବର୍ଷ ଫେବୃଆରୀରେ ମଧ୍ୟପ୍ରଦେଶ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ଏଥିରେ ୨୧ରୁ ୩୦ ବର୍ଷର ଯୁବକଙ୍କୁ ସାମିଲ କରାଯାଇଛି । ଏହି ଯୋଜନା ରାଜ୍ୟର ସହରାଞ୍ଚଳରେ ରହୁଥିବା ବେକାର ଯୁବକ ଯୁବତୀଙ୍କୁ ଦୃଷ୍ଟିରେ ରଖି ଲାଗୁ କରାଯାଇଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କମଲନାଥ କ୍ଷମତାକୁ ଫେରିବା ପରେ ସହରାଞ୍ଚଳରେ ଗରିବ ଯୁବକ ଯୁବତୀଙ୍କୁ ୧୦୦ ଦିନର ରୋଜଗାର ଦେବାକୁ ଯାଇ ଏହି ଯୋଜନାର ଅର୍ଥରାଶିକୁ ବୃଦ୍ଧି କରିଛନ୍ତି ।
previous post
next post