Uncategorized

ଯୋଗୀ ସରକାରଙ୍କ ବଡ ଘୋଷଣା, ୩୫ ଲକ୍ଷ ଶ୍ରମିକଙ୍କୁ ମିଳିବ ୧ ହଜାର ଟଙ୍କା ସହାୟତା

(ମହାଭାରତ, ଲକ୍ଷେ୍ନø): କରୋନା ଭାଇରସ ସଂକ୍ରମଣରେ ଦେଶରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ସଂକ୍ରମଣକୁ ଏଡାଇବା ପାଇଁ ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡିକ ବନ୍ଦ ଘୋଷଣା କରାଯାଇଛି । ଫଳରେ ସବୁ କିଛି ବନ୍ଦ ହେବା ଫଳରେ ନିର୍ମାଣ ଶ୍ରମିକମାନେ ଘରେ ହାତବାନ୍ଧି ବସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟର ପ୍ରାୟ ୩୫ ଲକ୍ଷ ଦିନ ମଜୁରିଆଙ୍କୁ ସରକାର ୧ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ କରାଯାଉଥିବା ବନ୍ଦ ସମୟରେ ଶ୍ରମିକମାନଙ୍କୁ ଏହି ରାଶି ମିଳିବ ବୋଲି ସେ ଘୋଷଣା କରିଛନ୍ତି । ଶ୍ରମିକମାନଙ୍କ ଦୈ÷ନିକ ଆବଶ୍ୟକତା ପୂରଣ କରିବା ଲାଗି ଏହି ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ସମସ୍ତ ପଞ୍ଜିକୃତ ଶ୍ରମିକଙ୍କୁ ଭରଣପୋଷଣ ଭତ୍ତା ଦିଆଯିବ । ଏହି ସହାୟତା ରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ଦୈ÷ନିକ ଗୁଜୁରାଣ ମେଣ୍ଟାଇବାକୁ ୧୫ ଲକ୍ଷ ଦିନ ମଜୁରିଆ ଏବଂ ୨୦.୩୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଏଯାଏ ରାଜ୍ୟରେ ଏଯାଏ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । କରୋନା ପାଇଁ ରାଜ୍ୟବାସୀ ସତର୍କତା ଅବଲମ୍ବନ କରିବା ସହ ରବିବାର ଦିନ ‘ଜନତା କର୍ଫ୍ୟୁ’ ପାଳିବା ଲାଗି ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ।

Related posts

ଘୁଞ୍ଚିଲା ବରୁଣ ଓ ରିଚାଙ୍କ ବାହାଘର

mahabharatanews

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାକୁ ହତ୍ୟା ରୂପ ଦେଇଥିଲେ କିଛି ରାଜନେତା ଓ ପତ୍ରକାର : ଅଧ୍ୟୟନ

mahabharatanews

ଆମେରିକୀୟ ନୌସେନାର ଦକ୍ଷିଣ ଚାଇନା ସାଗରରେ ସମରାଭ୍ୟାସ

mahabharatanews

Leave a Comment