ଓଡିଶା

ରଙ୍ଗବତୀ ଗୀତରେ ନାମିତ ହେଲା ବିଲୁଙ୍ଗ ଗାଁ

ସମ୍ବଲପୁର/ଓମପ୍ରକାଶ ମିଶ୍ର: ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗୀତ ନାମରେ ନାମକରଣ କରାଗଲା ସମ୍ବଲପୁରର ବିଲୁଙ୍ଗ ଗ୍ରାମକୁ ‘ରଙ୍ଗବତୀ ବିଲୁଙ୍ଗ’ । ଏଥିନେଇ ଭାରତ ସରକାରଙ୍କ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌(ଏନ୍‌ଓସି) ଦେଇଥିବା ସୂଚନା ରହିଛି। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ହେଉଛି ବିଲୁଙ୍ଗ ।
ରଙ୍ଗବତୀ ଗୀତ ପାଇଁ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲଙ୍କୁ ୨୦୧୭ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜିତେନ୍ଦ୍ରଙ୍କ ସହ ଗୀତଟିକୁ ଗାଇଥିଲେ କ୍ରିଷ୍ଣା ପଟେଲ୍‌। ଏହି ଗୀତଟିକୁ ପ୍ରଥମେ ୧୯୭୫-୭୬ ମସିହାରେ ଅଲ୍‌ ଇଣ୍ଡିଆ ରେଡିଓ ସମ୍ବଲପୁରରେ ରେକର୍ଡ କରାଯାଇଥିଲ। ଗୀତଟି ଆଶାତୀତ ଭାବେ ଲୋକାଦୃତ ହେବ ପରେ ୧୯୭୬ ମସିହାରେ ଇଣ୍ଡିଆନ୍‌ ରେକର୍ଡ ମାନୁଫ୍ୟାକ୍ଚରିଂ କମ୍ପାନି ଲିମିଟେଡ୍‌ ଏହାକୁ ଡିସ୍କ୍‌ ଫର୍ମାଟରେ ରେକର୍ଡ କରିଥିଲା। ଏହି ଡିସ୍କଟି ୧୯୭୮-୭୯ ମସିହାରେ ରିଲିଜ୍‌ ହୋଇଥିଲା। ଏହି ଗୀତର ସଂଗୀତ ଦେଇଥିଲେ ଦିବଗଂତ ପ୍ରଭୁଦତ୍ତ ପ୍ରଧାନ ଓ ଗୀତଟିକୁ ଲେଖିଥିଲେ ମିତ୍ରଭାନୁ ଗୌନ୍ତିଆ।

Related posts

ପ୍ରକାଶ ପାଇଲା ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ

mahabharatanews

ବେଆଇନ ମଦ ରନ୍ଧା ବେଳେ ଚଢାଉ, ବିପୁଳ ସାମଗ୍ରୀ ଜବତ

mahabharatanews

କର୍ପୋରେଟ୍‌ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

mahabharatanews