ନୂଆଦିଲ୍ଲୀ: ବୁଧବାର ଦିନ ରବି ଫସଲର ନିମ୍ନତମ ସହାୟକ ମୂଲ୍ୟ(ଏମଏସପି) ସମ୍ପର୍କର୍ରେ କ୍ୟାବିନେଟ ବୈଠକ ରେ ନିଷ୍ପତ୍ତି ହୋଇଛି । ବୈଠକରେ ରବି ଫସଲର ଏମଏସପି ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି ଓ ବୟନ ଶିଳ୍ପର ଅଭିବୃଦ୍ଧି ପାଇଁ ୧୦ ହଜାର କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ବର୍ଷ ପାଇଁ ବୟନ ଶିଳ୍ପ କ୍ଷେତ୍ରରେ ୧୦ ହଜାର ୬୮୩ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି ଶିଳ୍ପ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପିଏଲଆଇ ଯୋଜନାରେ ପ୍ରାୟ ୭.୫ ଲକ୍ଷ ଚାଷୀ ଉପକୃତ ହେବେ । ଏହି ଉଦ୍ୟୋଗ ଗୁଡିକର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ । ଏହି ପଦକ୍ଷେପ ଦ୍ୱାରା ଭାରତ ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିବ । ଭାରତରେ ତୁଳା ହେଉଥିବା ବେଳେ କପଡା ବାହାରେ ତିଆରି ହେଉଛି । ଏହାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ କରାଯିବା ପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ଗୋୟଲ କହିଛନ୍ତି । ସରକାରଙ୍କ ପିଏଲଆଇ ଯୋଜନାରେ ଏହି ଆଶା ସଫଳ ହୋଇପାରିବ ବୋଲି ଗୋୟଲ କହିଛନ୍ତି ।