(ମହାଭାରତ): ଟେଲିଜଗତର ଲୋକପ୍ରିୟ ଅଭିନେତ୍ରୀ ଏବଂ ବିଗବସ ୧୩ର ଫାଇନାଲିଷ୍ଟ ରଶ୍ମି ଦେଶାଇ ଘରୁ ବାହାରି ପଳାଇଯିବ ପରେ ଖୁବ ଚର୍ଚ୍ଚାରେ ରହିଥିଲେ । ନିକଟରେ ରଶ୍ମି ଏକ ସାକ୍ଷାତକାରରେ କାଷ୍ଟିଂ କାଉଚ ଠାରୁ ଆରମ୍ଭ କରି ଛାଡପତ୍ର,ଘରୋଇ ହିଂସା ବା ନିର୍ଯ୍ୟାତନା ଏବଂ ଡିପ୍ରେସନକୁ ନେଇ ଖୁଲାସା କରିଥିଲେ । ରଶ୍ମି ଜଣାଇଥିଲେ ଯେ ସେ ଛାଡପତ୍ର ପରେ ଡିପ୍ରେସନକୁ ଚାଲିଯାଇଥିଲେ । ରଶ୍ମି ଦେଶାଇ କହିଛନ୍ତି ନନ୍ଦିଶ ସୁଧୁଙ୍କ ସହିତ ବିବାହ କରିବାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ତାଙ୍କର ଥିଲା । କିନ୍ତୁ ସେ ଛାତପତ୍ର ନେବାକୁ ଚାହୁଁନଥିଲେ । ନିଜର ବୈବାହିତ ସମ୍ପର୍କକୁ ଆଗକୁ ନେବାକୁ ଚାହୁଁଥିଲେ ଏବଂ ସମ୍ପର୍କ ରକ୍ଷା କରିବାକୁ ବହୁତ ଚେଷ୍ଟା କରିଥିଲେ । ରଶ୍ମି ଜଣାଇଥିଲେ ଯେ ଆମ ଦୁଇ ଜଣଙ୍କ ପାଖରେ ଦୁହିଁଙ୍କ ନେଇ ବହୁତ ପ୍ରକାର ଅଭିଯୋଗ ଥିଲା । ଆମର ଅନେକ କଥାକୁ ନେଇ ଯୁକ୍ତିତର୍କ ହୋଇଥାଏ । ଶେଷରେ ଆଜି ଆମେ ବିଚ୍ଛେଦ ହୋଇ ବହୁତ ଖୁସିରେ ନିଜ ନିଜ ଜୀବନକୁ ନେଇ ରହିଛୁ ।
ବିଗବସ୍ ଘରୁ ବାହାରିବା ପରେ ରଶ୍ମି ନିକଟରେ ଜବରଦସ୍ତ ଫଟୋ ସୁଟ କରାଇଛନ୍ତି । ଯାହା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଫଟୋରେ ରଶ୍ମି ଦେଶାଇ ବ୍ଲାକ କଲରର ସେକ୍ସି କ୍ଲିଭେଜ ଗାଉନରେ ନଜର ଆସୁଛନ୍ତି । ସେହିପରି ଫ୍ୟାନ୍ସ ମଧ୍ୟ ତାଙ୍କର ଏହି ହଟନେସରେ ଭରପୂର ଏହି ଫଟୋସୁଟକୁ ଦେଖି ଖୁବ ପସନ୍ଦ କରୁଛନ୍ତି ।
ଏହି ଫଟୋ ସହିତ ତାଙ୍କର ଭୋଜପୁରୀ ଗୀତ ମଧ୍ୟ ଭାଇରାଲ ହେଉଛି । ଏହି ଗୀତରେ ରଶ୍ମି ଶାଢୀରେ ନଜର ଆସୁଛନ୍ତି । ଏହି ଗୀତ ପାଇଁ ରଶ୍ମି ବହୁତ ଚର୍ଚ୍ଚା ସାଉଁଟିଥିଲେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଛୋଟ ପରଦାରେ ରଶ୍ମି ବେଶ ପରିଚିତ ଥିଲେ ।