Uncategorized

ଆଗାମୀ ଦୁଇ-ତିନି ମାସ ଖୁବ୍ ଗମ୍ଭୀର ରୂପ ନେବ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଉଦ୍ବେଗଜନକ ଥିବା ବେଳେ ଆଗାମୀ ଦିନରେ ଅର୍ଥାତ୍ ଶୀତ ଦିନେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞ କହୁଛନ୍ତି । ନୀତି ଆୟୋଗ ସଦସ୍ୟ ଡାକ୍ତର ବିକେ ପଲ କହିଛନ୍ତି ମହାମାରୀ ପାଇଁ ଆଗାମୀ ଦୁଇ-ତିନି ମାସ ଖୁବ୍ ଗମ୍ଭୀର ରୂପ ନେବ ।। ସମସ୍ତଙ୍କୁ ମାସ୍କ, ସାମାଜିକ ଦୂରତ୍ବ ଓ ସଫାସୁତୁରା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ଶୀତ ଦିନେ ଶ୍ବାସ ସମ୍ବନ୍ଧୀୟ ଭାଇରସ ଅଧିକ କ୍ଷତିକାରକ ହୋଇଥାନ୍ତି। ଏଣୁ ଏ ମାମଲା କିପରି କମ୍ କରାଯିବ ସେନେଇ ଚେଷ୍ଟା ଚାଲିଛି।
ପଲ କହିଛନ୍ତି, ଏବେ ବିଶ୍ବ କରୋନାର ଦ୍ବିତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏବେ ବୈଜ୍ଞାନିକମାନେ କରୋନାର ଗମ୍ଭୀର ରୂପ ବାବଦରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ଅବଶ୍ୟ ଏହା ପୂର୍ବରୁ ବୈଜ୍ଞାନିକମାନେ କହିଥିଲେ ଭାଇରସ ଉପରେ ପାଣିପାଗର କିଛି ପ୍ରଭାବ ପଡ଼ି ନ ଥାଏ। ତେବେ ଯଦି କୌଣସି ପୃଷ୍ଠଭୂମି ଉପରେ କରୋନା ଭାଇରସ ଥାଏ , ଗରମରେ ତାପମାତ୍ରା ଅଧିକ ହେବା ଯୋଗୁ ତାହା ବେଶି ଦିନ ସକ୍ରିୟ ରହେ ନାହିଁ। ମାତ୍ର ଶୀତ ଦିନେ ଏହାର ଫଳ ଓଲଟା ହେବ।

Related posts

ମଣିଭଦ୍ରାରେ ୩୩ ତମ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ

mahabharatanews

ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଗାଡିରେ ରଖନ୍ତୁ ପିରାମିଡ

mahabharatanews

ନରବଣେ ହେବେ ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

mahabharatanews