ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବଜାର ସାହିର ଗୋବିନ୍ଦ ମହାରଣା ଙ୍କ ପତ୍ନୀ ଅନିତା ମହାରଣା ଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ଉକ୍ତ ମହିଳା ଜଣକ ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ୫ବର୍ଷ ହେଲା କୁଡୁମୁଲୁଗୁମ୍ମା ନିବାସୀ କାଳୁ ମହାରଣାଙ୍କ ପୁଅ (ଗୋବିନ୍ଦ ମାହାରଣା)କୁ ବିବାହ କରିଥିଲେ । ଗତକାଲି ତାଙ୍କୁ ନିଆଁ ରେ ପୋଡି ହୋଇଯାଇଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୃତ ଶରୀର ପାଇଖାନା ଘରୁ ବାହାରିଥିବାରୁ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ଜଣା ପଡିନାହିଁ । କିନ୍ତୁ ଝିଅ ଘର ପକ୍ଷରୁ ଅଭିଯୋଗ ହୋଇଛି କି ତାଙ୍କ ଝିଅକୁ ପୁଅ ପରିବାରର ଲୋକ ସବୁବେଳେ ଯୌତୁକ ପାଇଁ ପ୍ରତାରଣା ଦେଉଥିଲେ । ଝିଅର ଭାଇ କହିବା କଥା ତାଙ୍କ ଜୋଇଁ (ଗୋବିନ୍ଦ ମାହାରଣା) ସବୁବେଳେ ତାଙ୍କ ଭଉଣୀଙ୍କୁ ମରାପିଟା କରୁଥିବା ସହ ,ଝିଅ ଫୋନ ରେ ବାପ ଘର ସହ କଥା ହେଲେ ତାଙ୍କ କଥାକୁ (ରେକଡିଙ୍ଗ) କରି ତାଙ୍କୁ ମରାପିଟା କରୁଥିଲେ । ସବୁବେଳେ ସ୍ତ୍ରୀକୁ ଆଣିଥିବା ଯୌତୁକ ଜିନିଷ ପତ୍ର ନେଇ ଘରକୁ ଯିବା ପାଇଁ ଧମକ ଦେଇ ଆସୁଥିଲେ । ଗତ ସାବିତ୍ରୀ ଅମାବାସ୍ୟା ପୂର୍ବ ଦିନ ଝିଅ କାନ୍ଦି କାନ୍ଦି ତାଙ୍କ ଘରକୁ ଫୋନ କରି ଆଉ ଯୌତୁକ ମାଗିଥିବା କହିଥିଲେ । ଭଉଣୀଙ୍କ ଏପରି ସନ୍ଦେହ ଜନକ ମୃତ୍ୟୁ ହେବା ପରେ ମୃତକଙ୍କ ଭାଇ କହିଛନ୍ତି କି, ତାଙ୍କ ଭଉଣୀକୁ ଷଡଯନ୍ତ୍ର କରି ଜାଳି ମାରି ଦିଆଯାଇଛି । ନଚେତ ଏପରି ଛୋଟ ପାଇଖାନା ଘରେ କିପରି ସେ ମରିଲେ ବୋଲି ତାଙ୍କ ଭାଇ ,ବଡ ଭଉଣୀ ,ମାମୁଁ ପ୍ରଶ୍ନକରିଛନ୍ତି । ଝିଅର ପରିବାର ଲୋକେ ଶାଶୁ ଘର ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

(ଫାଇଲ୍ ଫଟୋ)
ଏହାର ତଦନ୍ତ ପାଇଁ କୋରାପୁଟ ରୁ ଏକ ସାଇଣ୍ଟିପିକ ଟିମ୍ ତନାଘନା କରିବା ସହ କୁଡୁମୁଲୁ ଗୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ କୃତିବାସ ବେହେରା ବାଲିମେଳା (ଆଇ,ଆଇ,ସି )ଶ୍ରୀ ଜଗଦୀଶ ବାରା କୁଡୁମୁଲୁଗୁମ୍ମା ତହସିଲଦାର ଶ୍ରୀ ବିଜୟ କୁମାର ମାଣ୍ଡାଙ୍ଗି,ତଦନ୍ତ କରିବା ସହ ଉପସ୍ଥିତ ରହି ମୃତ ଶରୀରକୁ ବ୍ୟବଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି ।
