ଓଡିଶା

ସୀମାନ୍ତ ଲୁହୂରଚଟିଠାରେ ଜୀବନ ହାରିଲେ ଆଉ ଜଣେ ପ୍ରବାସୀ

ଚିତ୍ତରଞ୍ଜନ ସାହୁ/ବରଗଡ଼: ସାମ୍ପ୍ରତିକ ଲକଡାଉନ ପରିସ୍ଥିତିରେ ବରଗଡ଼ ଜିଲା ସୀମାନ୍ତ ଲୁହୁରାଚଟିରେ ବୁଧବାର ରାତିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ତାଙ୍କ ପାଖରୁ ଏକ ଆଧାର କାର୍ଡ଼ ମଧ୍ୟ ମିଳିଛି। ହସ୍ତଗତ ହୋଇଥିବା ଆଧାର କାର୍ଡରୁ ତାଙ୍କ ପରିଚୟ ମିଳିପାରିଛି । ସେ ପଶ୍ଚିମବଙ୍ଗ ମାଲଦାର ଅଞ୍ଚଳର ୫୩ ବର୍ଷୀୟ ନୁରୁଲ ଇସଲାମ ମୋହିମ । ବୁଧବାର ରାତି ସାଢେ ୯ଟାରେ ସେ ପଶ୍ଚିମବଙ୍ଗ ଲୁହୁରାଚଟିରେ ଅଟକି ରହିଥିଲେ। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବରଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପୂର୍ବରୁ ଗତ କିଛିଦିନ ତଳେ ଲୁହୁରାଚଟିରେ ଅନ୍ୟଜଣେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା।

Related posts

୧୭ ଯାଏଁ ଖୋଲିବ ଅମୃତ ଉଦ୍ୟାନ

mahabharatanews

ସଂଘ ଶିକ୍ଷା ବର୍ଗ ଏବଂ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-ପ୍ରଥମ ସମାପନ ଉତ୍ସବ ଅନୁଷ୍ଠିତ

mahabharatanews

ସରିଲା ସହିଦ ସପ୍ତାହ; ବସ୍‌ ସେବା ସ୍ବାଭାବିକ

mahabharatanews