ରାଉରକେଲା: ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ସ୍ଥାନୀୟ ଲେବର ଟେନାମେଣ୍ଟ କଲ୍ୟାଣ ମଣ୍ଡପ ଠାରେ ସଫେଇ କର୍ମଚାରୀଙ୍କ ନିମନ୍ତେ ବଡାଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସଫେଇ କର୍ମଚାରୀଙ୍କ ବିନା ସହରର ସ୍ୱଚ୍ଛତା ସମ୍ଭବ ନୁହଁ। ରାଉରକେଲାକୁ ସ୍ଵଛ ସୁନ୍ଦର ରଖିବା ଲାଗି ସଫେଇ କର୍ମଚାରୀଙ୍କ ଅନବରତ ପରିଶ୍ରମ ପ୍ରଶଂସନୀୟ। କୋଭିଡ ମହାମାରୀର ଭୟାବହତା ମଧ୍ୟରେ ବି ସଫେଇ କର୍ମଚାରୀ ମାନେ ସହରର ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ କାର୍ଯ୍ୟ କରିଛନ୍ତି। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଏହି ବଡାଖାନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଫେଇ କର୍ମଚାରୀଙ୍କୁ ଅଧିକ ପାରଦର୍ଶୀ କରିବା ଲାଗି ତାଲିମ ଦିଆଯିବା ସହ ଅଧିକ କୁଶଳତାର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଇଥିଲା। ସଫେଇ କାର୍ଯ୍ୟରେ ଉନ୍ନତ ପ୍ରଦର୍ଶନ କରିଥିବା ୧୨ ଜଣ ସଫେଇ କର୍ମଚାରୀ ତଥା ସାଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
Information for consumers. cialis south africa price But more often those problems stem from declining estrogen levels after menopause.
