Uncategorized

ରାଜନେତାଙ୍କୁ ସ୍ଥଳସେନା ମୁଖ୍ୟଙ୍କ କଟାକ୍ଷ

ନୂଆଦିଲ୍ଲୀ: ସମ୍ପ୍ରତି ଶିକ୍ଷାନୁଷ୍ଠାନଗୁଡିକରେ ଦେଖାଦେଉଥିବା ହିଂସାକୁ ନେଇ ଭାରତୀୟ ସ୍ଥଳସେନା ମୁଖ୍ୟ ବିପିନ ରାୱତ ଦେଶର ରାଜନେତାମାନଙ୍କୁ ସିଧା ସଳଖ ଇଙ୍ଗିତ କରିବାକୁ ପଛାଇ ନାହାନ୍ତି । ଗୁରୁବାର ରାୱତ କହିଛନ୍ତି ଏବେ ଯୁବବର୍ଗଙ୍କୁ ଯେଉଁଭଳି ଭାବେ ହିଂସାର ରାସ୍ତାକୁ ଠେଲି ଦିଅ ।ଯାଉଛି ତାହା ଅ।ଦୌ ସକାରାତ୍ମକ ନେତୃତ୍ୱ ନୁହେଁ । ଏବେ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରମାନେ ଅଧିକ ମାତ୍ରରେ ହିଂସାରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାୱତ କହିଛନ୍ତି, ନେତା ସେ ନୁହେଁ, ଯେ ଲୋକଙ୍କୁ ଭୁଲ ରାସ୍ତାରେ ପରି·ଳିତ କରେ । ଯଦିଓ ରାୱତ କୌଣସି ନେତାଙ୍କ ନାମ ନେଇ ନାହାନ୍ତି ତଥାପି ସେ ପରୋକ୍ଷ ଭାବେ ଯୁବବର୍ଗଙ୍କୁ ଠିକ୍ ରାସ୍ତାରେ ନେବାକୁ ନେତାମାନଙ୍କୁ ଅ ।ହ୍ୱାନ ଦେଇଛନ୍ତି । ଅ ।ଲୋଚନା ହେଉଛି କି ଦେଶରେ ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜିକରଣକୁ ନେଇ ଯେଉଁ ବିଶୃଙ୍ଖଳା ଦେଖାଦେଇଛି ତାକୁ ନେଇ ରାୱତ ଏଭଳି କଥା କହିଛନ୍ତି । ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଅ ।ଇନ ପରେ ଦେଶରେ ହିଂସାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଯୁବବର୍ଗ ଏଥିରେ ବହୁ ପରିମାଣରେ ଭାଗ ନେଇଥିବା ଦେଖାଯାଉଛି ।

Related posts

ନରବଣେ ହେବେ ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

mahabharatanews

କରୋନା କାଳରେ ୨୫ ପ୍ରତିଶତ ଲୋକ ମାନସିକ ଦୁଶ୍ଚିନ୍ତାର ଶିକାର

mahabharatanews

୬୦ ଲକ୍ଷ ଟପିଲା ଦେଶରେ କରୋନା ସଂକ୍ରମଣ

mahabharatanews