ଓଡିଶା

ରାଜା ମୃତ୍ୟୁ ପରେ ଚେତିଲା ସରକାର

ଭୁବନେଶ୍ବର: ରବିବାର ଦିନ ରାଜା ମୃତ୍ୟୁ ପରେ ବିଏମସି ତଥା ରାଜ୍ୟ ସରକାର ଚେତିଉଠିଛନ୍ତି । ରାଜଧାନୀରେ ବିପଦସଂକୁଳ ସ୍ଥିତିରେ ଥିବା ଡ୍ରେନ ଚିହ୍ନଟ ହେଉଛି । ରାଜଧାନୀରେ ୭୫ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥିବା ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି । ସଞ୍ଜୟ କହିଛନ୍ତି, ଯେଉଁ ସ୍ଥାନରେ ଅଧିକ ଜଳବନ୍ଦୀ ହୁଏ ଓ ଡ୍ରେନେଜ ସମସ୍ୟା ଉପୁଜେ ତାକୁ ଚିହ୍ନଟ କରି ତାର ରିଭ୍ୟୁ କରାଯାଉଛି। ଜଳବନ୍ଦୀର କାରଣ ଓ ସମାଧାନ ଉପରେ ଗୁରୁତ୍ବ ଦିଆଯାଉଛି । ପ୍ରଥମ ପର୍ୟ୍ୟାୟରେ ସଟ୍ ଓ ମିଡିୟମ ଟର୍ମ ସମାଧାନ କିପରି କରାଯାଇ ପାଣି ନିଷ୍କାସନ କ୍ଷମତାକୁ ବଢ଼ାଯିବ ତାର ଉପରେ ଫୋକସ୍ କରାଯାଉଛି ବୋଲି ବିଏମସି କମିଶନର କହିଛନ୍ତି । ଏଥିସହ ନୂଆ ଡ୍ରେନ୍ ତିଆରି କରିବା, ଜମି ଅଧିଗ୍ରହଣ, ଜବର ଦଖଲ ଉଚ୍ଛେଦ ଭଳି ଅନେକ କାମ ଆରମ୍ଭ କରିବୁ । ସେଥିପାଇଁ ଏକ ବ୍ୟୟ ଅଟକଳ କରିବାକୁ କୁହାଯାଇଛି ।
ସଂଞ୍ଜୟ ଆହୁରି କହିଛନ୍ତି, କିଭକି ନ୍ୟାଚୁରାଲ ଡ୍ରେନ୍ ଗୁଡିକରେ ଜଳ ନିଷ୍କାସନ କ୍ଷମତା ବଢାଯିବ ସେଥିପାଇଁ ଲଙ୍ଗ ଟର୍ମରେ ଯୋଜନା କରୁଛୁ । ସୁପ୍ରିମକୋର୍ଟ, ଗ୍ରୀନ୍ ଟ୍ରିବ୍ୟୁନାଲ, ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ଼ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡ଼ର କିଛି ନିୟମ ଆଧାରରେ କାମ ଆରମ୍ଭ କରାଯିବ । ବର୍ତ୍ତମାନ ୨୬ରୁ ଯେଉଁ ବର୍ଷା ହେବାକୁ ଯାଉଛି ସେଥିପାଇଁ ସହରରେ ବିଭିନ୍ନ ସ୍ଥାନରେ ୩୫ଟି ମୋଟର ପମ୍ପ୍ ଲାଗିଛି ଜଳ ନିଷ୍କାସନ ପାଇଁ । ନାଚୁରାଲ ଡ୍ରେନକୁ ଘୋଡାଇବାର ନିୟମ ନାହିଁ ଏଣୁ ମୁକୁଳା ଡ୍ରେନରେ ପାଣି କିପରି ନ ଜମିବ କୌଣସି ଅସୁବିଧା ନ ହେବ ସେଥିପାଇଁ ଅଧିକ ଧ୍ୟାନ ଦିଆଯାଉଛି ବୋଲି ଜଞ୍ଜୟ କହିଛନ୍ତି ।

 

Related posts

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଯୋଗଦେଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

mahabharatanews

ସୃଷ୍ଟି ହେଉଛି ଏକ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ରାଇସ ମିଲ ପ୍ରଦୂଷଣରେ ଅତିଷ୍ଠ ଅଞ୍ଚଳବାସୀ

mahabharatanews