ଓଡିଶା

ରାଇସ ମିଲ ପ୍ରଦୂଷଣରେ ଅତିଷ୍ଠ ଅଞ୍ଚଳବାସୀ

ସୋନପୁର/ ଓମପ୍ରକାଶ ମିଶ୍ର: ସୋନପୁର ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସର୍ଗୁଣା, ବିଶାଳ ପାଲି, ଜାମପାଲି ଗ୍ରାମର ଜନସାଧାରଣ ଦୂଷିତ ପରିବେଶ ନେଇ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି। ଏହି ଅଞ୍ଚଳରେ ପାଞ୍ଚଟି ରାଇସ ମିଲ ରହିଥିବାବେଳେ ଅନେକ ନିର୍ମାଣାଧୀନ ରହିଛି । ଗ୍ରାମ ନିକଟରେ ରାଇସ ମିଲସବୁ ପ୍ରତିଷ୍ଠା ହେବାରୁ ମିଲରୁ ନିର୍ଗତ ବିଷାକ୍ତ ପାଣି ଓ ଦୁର୍ଗନ୍ଧରେ ସ୍ଥାନୀୟ ବାସିନ୍ଦା ନାନା ଅସୁବିଧାର ସାମନା କରୁଛନ୍ତି । ମିଲରୁ ନିର୍ଗତ ପାଉଁଶ କଣା ବାୟୁ ମଣ୍ଡଳରେ ଘୁରି ବୁଲିବା ଫଳରେ ଏଠାକାର ଲୋକଙ୍କ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି ।
ମିଲ ପ୍ରତିଷ୍ଠା ପୂର୍ବରୁ ବିଭାଗୀୟ ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ, ପଲ୍ଲୀସଭା କରାଯାଉ ନାହିଁ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ମିଲ ଦ୍ୱାରା ହେଉଥିବା ପ୍ରଦୂଷଣକୁ ନେଇ ପ୍ରଶାନ୍ତ ଦଣ୍ଡସେନା, ସୁରେନ୍ଦ୍ର ଭୁଏ, ପୂର୍ଣ୍ଣଚନ୍ଦ୍ର ପଳିତା, ଖୁରସିନ୍ଧୁ ଖେତି, ହରିହର ମହାକୁର, ବିକାଶ ମହାକୁର, ସାବିତ୍ରୀ ପଲିତା ଭଗବତୀ ଭୁଏ, ରଘୁନାଥ ମହାକୁର ପ୍ରମୁଖନେଇ ଉପରୋକ୍ତ ଗ୍ରାମର ବାସିନ୍ଦାଙ୍କ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ଦାବି ଜଣାଇଛନ୍ତି ।

 

Related posts

ମନ୍ମଥ-ମନୋଜ ସ୍ମୃତି ପୀଠ ଉଦଘାଟିତ 

mahabharatanews

ଜମି ମାମଲା ନେଇ ଯୁବକଙ୍କୁ ପୋଲିସର ମାଡ଼ ଅଭିଯୋଗ

mahabharatanews

ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଭବ୍ୟ ଉଦଘାଟନ

mahabharatanews