ଅପରାଧ

ରାଜ୍ୟରୁ ନିଶା ଦ୍ରବ୍ୟ ଜବତ

ଭୁବନେଶ୍ୱର: ରାଜ୍ୟରେ ନିଶା କାରବାର ଉପରେ ରୋକ ଲଗାଇବାକୁ ରାଜ୍ୟ ପୁଲିସ ଅଣ୍ଟା ଭିଡିଛି । ଗତ କିଛି ମାସ ହେବ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ନିଶା ସାମଗ୍ରୀ ଜବତ ହେଉଛି । କିନ୍ତୁ ଏହା ଉପରେ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିପାରିବା ପରି ମନେ ହେଉ ନାହିଁ । ରାଜ୍ୟରେ ପୁଣି ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିଛି ପୁଲିସ । ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ।
କୋରାପୁଟ ଜିଲ୍ଲା ଗୁନେଇଁପଡା ଶିବ ମନ୍ଦିର ଛକରୁ ଟ୍ରକ ସହ ୩୨୨ କେଜି ଗଞ୍ଜେଇ ଜବତ ହୋଇଛି । ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମିଳିତ ପ।ଟ୍ରୋଲିଂ ବେଳେ ଏହି ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଉଭୟ ରାୟପୁର ବାସିନ୍ଦା ବୋଲି ପୁଲିସ ଠାରୁ ସୂଚନା ମିଳିଛି।
ସେହିପରି ବାଲେଶ୍ୱର ଜିଲ୍ଲା ହାଟ ଛକରୁ ୬୮ ଗ୍ରାମ ବ୍ରାଉନସୁଗାର ଓ ନଗଦ ୩ ଲକ୍ଷ ୨୨ ହଜାର ଟଙ୍କା ଜବତ ହୋଇଛି। ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

Related posts

ରାଜଧାନୀରୁ ବେଆଇନ ପ୍ଲାଷ୍ଟିକ ଜବତ

mahabharatanews

ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ

mahabharatanews

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews