ଭୁବନେଶ୍ୱର: କଟକ ଜିଲ୍ଲାକୁ ବ୍ୟପିଲା କରୋନା ଭୂତାଣୁ । ଆଜି କଟକ ଜିଲ୍ଲା ତିଗିରିଆ ଅଞ୍ଚଳରୁ ଜଣେ ଯୁବକଙ୍କଠାରେ କରୋନା ଚିହ୍ନଟ ହୋଇଛନ୍ତି । ସେ ସୁରତରୁ ଫେରିଥିଲେ । ସେହିପରି ବାଲେଶ୍ୱରରୁ ଅ।ଉ ୨ ଜଣ ଚିହ୍ନଟ ହୋଇଛନ୍ତି, ଜଣେ ୫୦ ବର୍ଷୀୟା ମହିଳା ହୋଇଥିବା ବେଳେ ଜଣେ ୨୬ ବର୍ଷୀୟ ଯୁବକ । ଉଭୟ ପଶ୍ଚିମ ବଙ୍ଗରୁ ଫେରିଥିଲେ । ଏହି ତିନି ଜଣଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ସଂଖ୍ୟା ୧୭୩ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଅ।।ଜି ତାର ଦ୍ୱିତୀୟ ଅପଡେଟରେ ସୂଚନା ଦେଇଛି । ବର୍ତ୍ତମାନ ୩ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ।
ସୂଚନାଯୋଗ୍ୟ, ଆଜି ସକାଳୁ ଆଉ ଜଣଙ୍କର ଚିହ୍ନଟ ହେ।।ଇଥିଲା, ସେ ଗଞ୍ଜାମ ଜିଲ୍ଲାର । ସେ ସୁରତରୁ ଫେରିଥିଲେ ।
previous post
next post