ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ୭୪ ନୂଆ ରୋଗୀ ସଂଯୁକ୍ତ ହୋଇଛନ୍ତି। ଏହାଫଳରେ ରାଜ୍ୟର ମୋଟ୍ କରୋନା ଚିହ୍ନିତ ରୋଗୀଙ୍କ ସଂଖ୍ୟା ୧୦୫୨ ହୋଇଛି । ସେମାନଙ୍କ ଭିତରୁ ୭୩୯ଜଣ ଏବେ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ୬ଜଣଙ୍କ ମୃତ୍ୟୁ ଘଟିଛି। ଗତଗାଲି ୩୦ ଜଣ ସୁସ୍ଥ ହୋଇଥିବାରୁ ସମୁଦାୟ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀଙ୍କ ସଂଖ୍ୟା ୩୦୭ରେ ପହଞ୍ଚିଛି।ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୫୪୯ଜଣ ନୂଆ କରୋନା ରୋଗୀ ଚିହ୍ନଟ କରାଯାଇଛି। ଏବେ ସମୁଦାୟ ଚିହ୍ନିତଙ୍କ ସଂଖ୍ୟା ୧ଲକ୍ଷ ୬ ହଜାର ୮୭୮ ହୋଇଛି । ସେମାନଙ୍କ ଭିତରୁ ୬୧ ହଜାର ୨୪୪ଜଣ ଆକ୍ରାନ୍ତ ଥିବା ବେଳେ ୪୨ହଜାର ୩୨୬ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୦୨ ରହିଛି । ଗତ ୨୪ ଘଣ୍ଟାରେ ୧୩୩ଜଣଙ୍କ ମୃତ୍ୟୁ ଘଟିଛି।
previous post