ଓଡିଶା

କୋରୋନାରେ ଆଉ ଜଣଙ୍କର ମୃତ୍ୟୁ, ୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଇଲା କରୋନା। ରାଜ୍ୟରେ ଆଉ ୭୪ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ୧ ହଜାରେ ଟପିଛ ଆକ୍ରାନ୍ତଙ୍କ ସଂଖ୍ୟା କ୍ଷ ଅନ୍ୟପଟେ ଆଉ ଜଣଙ୍କ ଜୀବନ ନେଲା କରୋନା। ଖୋର୍ଦ୍ଧା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କର ଉଚ୍ଚରକ୍ତଚାପ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲା ଏହି ମୃତ୍ୟୁ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ରାଜ୍ୟରେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟିନରେ ଥିଲେ। ଅନ୍ୟ ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ଅନ୍ୟପଟେ ୨ ପଜିଟିଭ ଚିହ୍ନଟ ସହ ମାଲକାନଗିରି ନୂଆ ଜିଲ୍ଲା ଭାବେ କରୋନା ମ୍ୟାପ୍ରେ ସାମିଲ ହୋଇଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ରେ ପହଞ୍ଚିଛି। ୬ଜଣଙ୍କ ମୃତ୍ୟୁ ହୋଇଛି। ୩୦୭ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୭୩୯ ଆକ୍ଟିଭ କେଶ ରହିଛି।

Related posts

କୂଅକୁ ଖସି ପଡ଼ିଲେ ୨ ଶିଶୁ, ଚାଲିଗଲା ଜଣଙ୍କ ଜୀବନ

mahabharatanews

ଝାରସୁଗୁଡା ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

mahabharatanews

ଗଜପତି ରୁ ମହାରାଷ୍ଟ୍ର ଗଂଜେଇ ଚୋରା ଚାଲାଣ, ଦୁଇ ଗିରଫ

mahabharatanews