ଭୁବନେଶ୍ଵର: ଆଜି ସକାଳୁ ରାଜ୍ୟରେ ଆଉ ୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଅ।।ଯାଇଛି। ଏହା ପରେ ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୬୮ରେ ପହଞ୍ଚିଛି । ଆଜି ଆସିଥିବା ୭ କରୋନା ପଜିଟିଭଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ହୋଇଥିବା ବେଳେ ୨ ଜଣ ବାଲେଶ୍ୱରର ରହିଛନ୍ତି । ଏମାନେ ସଂକ୍ରମିତ ହେବା ଜଣାପଡିବା ପରେ ଏମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯିବା ସହ ଏମାନଙ୍କ ସଂସ୍ପର୍ଶରେ ଆସିଥିବ।। ଲୋକଙ୍କୁ ଟ୍ରେସ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
୫ ନୂଆ ଆକ୍ରାନ୍ତ ଠାବ ହେବା ପରେ ଭଦ୍ରକ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛିା ପୂର୍ବରୁ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ବାଲେଶ୍ୱରରେ ପ୍ରଥମ କରୋନା ମାମଲା ଶନିବାର ଦିନ ସାମ୍ନାକୁ ଆସଇଥିଲା । ୫ ଜଣ ଭଦ୍ରକରେ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବାସୁଦେବପୁର ବ୍ଲକର ୩ ଓ ଭଣ୍ଡାରୀପୋଖରି ବ୍ଲକର ୨ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହିତ କଟକଣା ଜାରି କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି। ଆଜିର ଏହି ସଂଖ୍ୟା ରାଜ୍ୟରେ ୩ୟ ସର୍ବବୃହତ ସଂଖ୍ୟା ହୋଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ୬୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଏଯାଏ ରାଜ୍ୟରେ ୧୦,୬୪୧ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୦,୫୭୩ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି।