(ଅଯୋଧ୍ୟା): ଅଯୋଧ୍ୟାରେ ରାମ ମନ୍ଦିର ତିଆରି ବେଳେ ତିନୋଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି । ପ୍ରଥମରେ ମନ୍ଦିରର ସୁରକ୍ଷା, ଦ୍ୱିତୀୟରେ କଡା ସୁରକ୍ଷା ବ୍ୟବସ୍ଥା ଏବଂ ତୃତୀୟରେ ତୀର୍ଥଯାତ୍ରୀଙ୍କୁ କମ୍ ଚାଲିବା ଉପରେ ଗୁରୁତ୍ୱ ଦିଆଯିବ । ରାମଲାଲାଙ୍କର ମଡେଲ ଏଭଳି ଗଢାଯିବ ଯେପରି ତିନି ବର୍ଷ ଯାଏ ପରିବର୍ତ୍ତନ କରିବାର ଆବଶ୍ୟକତା ରହିବ ନାହିଁ ବୋଲି ସେ କହିଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ସର୍ବମୋଟ୍ ୩.୫ ଏକର ଜମିର ଆବଶ୍ୟକତା ରହିଛି । କିନ୍ତୁ ଏକ ଏକର ଜମିରେ ମନ୍ଦିର ତିଆରି ହେବ । ଦୁଇ ଏକର ଜମିରେ କରିଡର ନିର୍ମାଣ ହେବ । ତେବେ ରାମଲାଲାଙ୍କ ଗର୍ଭଗୃହ ହୀରାରେ ତିଆରି ହେଲେ ଭଲ ହେବ ବୋଲି ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀ କହିଛନ୍ତି । ଶନିବାର ସକାଳେ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଜମି ଅଧିଗ୍ରହଣ ବାବଦରେ ସ୍ଥିତି ସମୀକ୍ଷା କରିଥିଲେ । ଦୀର୍ଘ ୨୮ ବର୍ଷ ପରେ ସେ ଜମି ଅଧିଗ୍ରହଣର ନୀରିକ୍ଷଣ କରିଛନ୍ତି । ଜମି ବାବଦରେ ନୀରିକ୍ଷଣ କରିବା ପରେ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ବନ୍ଦ କୋଠରୀରେ ଆଲୋଚନା ହୋଇଥିଲା ।a ଏଥିରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ, ଡ. ଅନୀଲ ମିଶ୍ର ଏବଂ ରାଜା ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଉପସ୍ଥିତ ଥିଲେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଟ୍ରଷ୍ଟର ଆକାଉଣ୍ଟ ଖୋଲାଯିବ ବୋଲି ଜଣାପଡିଛି ।
previous post
next post
