Uncategorized

 ଅନନ୍ତନାଗରେ ଜରୁରୀକାଳୀନ ରନୱେ ନିର୍ମାଣ ଆରମ୍ଭ

ଶ୍ରୀନଗର : ଭାରତ ଓ ଚୀନ ମଧ୍ୟରେ ବଢିଚାଲିଥିବା ବିବାଦ ମଧ୍ୟରେ ସୀମାରେ ଉଭୟ ଦେଶ ନିଜର ସୈନ୍ୟବଳ ବଢାଇ ଚାଲିଛନ୍ତି । ଚୀନ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ଟ୍ୟାଙ୍କ ଓ ଲଢୁଆ ବିମାନ ମୁତୟନ କରିବା ପରେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଉଛି । ଭାରତ ମଧ୍ୟ ସୀମାରେ ଶକ୍ତିଶାଳୀ ଟି-୯୧ ଟ୍ୟାଙ୍କ ମୁତୟନ କରିଛି । ଲଢୁଆ ବିମାନ ଅବତରଣ ଓ ଉଡ଼ାଣ ପାଇଁ କଶ୍ମୀର ଘାଟିରେ ଥିବା ଜାତୀୟ ରାଜପଥକୁ ରନୱେ ଭାବେ ଉପଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ରନୱେ ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇ ଯାଇଛି ।
ଜମ୍ମୁ ଓ କଶ୍ମୀରର ଅନନ୍ତନାଗସ୍ଥିତ ବିଜବିହାରା ଠାରେ ସାଢେ ୩ କିଲୋମିଟର ଲମ୍ବ ଏକ ଜରୁରୀକାଳୀନ ରନୱେର ନିର୍ମାଣ ପାଇଁ ଏନଏଚଏଆଇକୁ ଠିକା ଦିଆଯାଇଛି । ଏନଏଚଏଆଇ ପକ୍ଷରୁ ଏବେ ଏହି ରନୱେ ପାଇଁ ମାଟିଖୋଳା ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ଏହି ରନୱେ ଭାରତୀୟ ବାୟୁସେନାର ବ୍ୟବହାର ଉପଯୋଗୀ ହୋଇଯିବ । ତେବେ ଭାରତ-ଚୀନ ବିବାଦ ସହ ଏହି ରନୱେର କୌଣସି ସଂପର୍କ ନାହିଁ ବୋଲି ଭାରତୀୟ ଅଧିକାରୀମାନେ କହିଛନ୍ତି । ଏହି ରନୱେ ପାଇଁ ପୂର୍ବରୁ ଯୋଜନା ଥିଲା ଓ ଗତ ମାର୍ଚ୍ଚ କିମ୍ବା ଏପ୍ରିଲରେ କାମ ଆରମ୍ଭ ହୋଇଥାନ୍ତା। କିନ୍ତୁ କରୋନା ମହାମାରୀ ଯୋଗୁଁ ଏହି କାମକୁ ସ୍ଥଗିତ ରଖାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି । ଏହା ସଂପୂର୍ଣ ହେବା ପରେ କଶ୍ମୀର ଘାଟିରେ ୩ୟ ରନୱେ ହେବ। ପୂର୍ବରୁ ଶ୍ରୀନଗର ଓ ଅୱନ୍ତିପୁରାରେ ବାୟୁସେନାର ରନୱେ ରହିଛି ।

Related posts

ଟ୍ରମ୍ପଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ, କାହା ନିମନ୍ତ୍ରଣରେ ଟ୍ରମ୍ପ ଭାରତ ଆସୁଛନ୍ତି

mahabharatanews

ପଳାତକ ଗ୍ୟାଙ୍ଗଷ୍ଟର ଏଜାଜ ଗିରଫ

mahabharatanews

ଖାଆନ୍ତୁ ଖୁଆନ୍ତୁ ଟେଷ୍ଟି ବ୍ରେଡ ମଲାଈ ରୋଲ

mahabharatanews

Leave a Comment