(ଶ୍ରୀନଗର): ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷାକର୍ମୀମାନେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀକୁ ଗିରଫ କରିଛି । ଏହି ଆତଙ୍କବାଦୀକୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ପୂର୍ବରୁ ଜାଲ ବିଛାଇଥିଲେ । ତେବେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର-ଏ-ତୋଏବାର ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ବର୍ତ୍ତମାନ ଗିରଫ ହୋଇଥିବା ହିଜବୁଲ୍ ମୁଜାହିଦ୍ଦିନର ଆତଙ୍କବାଦୀ ଜୁନୈଦ ଫାରୁକ୍ ବୋଲି ଜଣାପଡିଛି । ତା ଠାରୁ ଗୋଟିଏ ଚାଇନିଜ ପିସ୍ତଲ ସମେତ ୧୩ଟି ଜୀବନ୍ତ ଗୁଳି ଏବଂ ୨ଟି ଗୁଳି ଭର୍ତ୍ତି ମାଗାଜିନ ଜବତ ହୋଇଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜମ୍ମୁ-କାଶ୍ମୀରରେ ହୋଇଥିବା ୧୨ଟି ସଫଳ ସର୍ଚ୍ଚ ଅପରେସନରେ ୨୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଜମ୍ମୁ-କାଶ୍ମିର ଡିଜିପି ଦିଲବାଗ୍ ସିଂ ଶନିବାର ସୂଚନା ଦେଇଛନ୍ତି । ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ପ୍ରାୟ ୯ ଜଣ ଆତଙ୍କବାଦୀ ସକ୍ରିୟ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ରୁ ୪ ଜଣଙ୍କୁ ଜମ୍ମୁରୁ ଗିରଫ କରାଯାଇଛି । ସେହିପରି ୪୦ ଜଣ ଗ୍ରାଉଣ୍ଡ ୱାର୍କରଙ୍କୁ ଗିରଫ କରିଥିବା ସେ କହିଛନ୍ତି ।
previous post
