ଓଡିଶା

ରାସନ କାର୍ଡ ନଥିଲେ ପ୍ରବାସୀ ପାଇବେ ରାସନ ସାମଗ୍ରୀ

(ରିପୋଟରସ ଟୁଡ଼େ /ଭୁବନେଶ୍ୱର ) : ଘାରିଛି ଫେରନ୍ତା ଶ୍ରମିକଙ୍କ ଚିନ୍ତା । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ୟ୍ୟବେକ୍ଷକ ମାନକଙ୍କ ସହିତ କଥା ହୋଇଛନ୍ତି। ରାଜ୍ୟକୁ ଫେରୁଥିବା ଶ୍ରମିକ ମାନେ ଯେମିତି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଘୠଝଇ /ଝୠଝଇ ରାସନ କାର୍ଡ ଥାଉ କି ନ ଥାଉ ସେମାନଙ୍କୁ ରାସନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ଫେରିଥିବା ଶ୍ରମିକ ମାନେ ଗାଁରେ କ୍ଵରାଣ୍ଟଇନ ରହିବ ପାଇଁ ସମସ୍ତ ସୁବିଧାକୁ ପ୍ରାଥମିକତା ଦେବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଏହା ସହିତ ଫେରାନ୍ତାକୁ ଆଖିଆଗରେ ରଖି କରୋନା ନମୁନା ପରୀକ୍ଷା ବଢ଼େଇବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଉଗଜ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଘରୋଇ ପରୀକ୍ଷାଗାର ବ୍ୟବହାର କରିବା ସହିତ ନମୁନା ପରୀକ୍ଷା ୧୫ହଜାରକୁ ବୃଦ୍ଧି କରିବାକୁ ନିର୍ଦେଶ ଦେଇଛନ୍ତି ।

ସେହିପରି ନରେଗାକୁ ଲକ୍ଷ୍ୟ ଭିତିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନରେଗା ଜରିଆରେ ଦିନକୁ ୧୦ଲକ୍ଷ ମାନବ ସମ୍ବଳ ସୃଷ୍ଟି କରିବାକୁ ନିର୍ଦେଶ ଦିଆଯାଇଛି । ଵର୍ତମାନ ୫ଲକ୍ଷ ମାନବ ସମ୍ବଳ ସୃଷ୍ଟି ହେଉଛି । ସେହିପରି ଜଙ୍ଗଲ ବିଭାଗ ତୁରନ୍ତ ଶ୍ରମ ଭିତ୍ତିକ କାର୍ୟ୍ୟ ଆରମ୍ଭ କରିବା ସହିତ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ଜୀବନଜୀବିକା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Related posts

ରାଜ୍ୟରେ ଆଜି ୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ସ୍ପ୍ରିଡ଼ ଜଗୁଛି ଲେଜର ଗନ କ୍ୟାମେରା

mahabharatanews

ମସ୍ତିଷ୍କର କ୍ରାନିଆଲ୍ ବେସ୍‌ରେ ହୋଇଥିବା ଟ୍ୟୁମର୍‌ ବାହାରକଲେ ସମ ବିଶେଷଜ୍ଞ

mahabharatanews