ଓଡିଶା

ଡେଙ୍ଗୁ ଆତଙ୍କ; ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ । ଏ ନେଇ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ଡେଙ୍ଗୁ ରୋଗୀଙ୍କ ଲାଗି କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର । ଏହା ସହ ରାଜଧାନୀର ୪ ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ୱାର୍ଡ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ।

ସୂଚନାନୁଯାୟୀ , ଚଳିତ ବର୍ଷ କେବଳ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରୁ 1059 ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ-9 ଓ ସହିଦ ନଗର ଅଞ୍ଚଳ ଡେଙ୍ଗୁ ହଟସ୍ପଟ ପାଲଟିଛି । ବର୍ତ୍ତମାନ ଦୈନିକ ପ୍ରାୟ ୫୦୦ ଲୋକଙ୍କର ଡେଙ୍ଗୁ ଟେଷ୍ଟ ହେଉଛି । ଭିଡ଼ ଏଡ଼ାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସେ କହିଛନ୍ତି, ଏବେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୬୦ -୭୦   ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି । ସେଥିମଧ୍ୟରୁ ପ୍ରାୟ ୧୫ ଜଣ ଆଡ଼ମିଶନ ହେଉଛନ୍ତି । ଏବେ ବେଡ଼ରେ ୬୨  ରୋଗୀ ଅଛନ୍ତି । ସେସବୁକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

Related posts

ଧାନ କିଣାରେ ମିଡିଲ ମ୍ୟାନଙ୍କ ରୋଲ ରହିବ ନାହିଁ : ମନ୍ତ୍ରୀ

mahabharatanews

ଅକ୍ଷୟ ତୃତୀୟା ପୂର୍ଵରୁ କମିଲା ସୁନା ଦର 

mahabharatanews

ଫସିରହିଥିବା ୭୦ ଜଣ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରିଯାଇଛନ୍ତି

mahabharatanews