ଓଡିଶା

ରାସ୍ତା କଡକୁ ବସ୍ ଓଲଟି ୫ ଆହତ

(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନେଉଳିଆ ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଥିବା ଜଣାପଡିଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ବସ୍ଟି ବାଲେଶ୍ୱରରୁ ଭୁବେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୂର୍ଘଟଣା ଘଟିଛି । ତେବେ ବସରେ ଥିବା ବାକି ୪୮ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବସ୍ଟି ବାଲେଶ୍ୱରରୁ ରାତି ପ୍ରାୟ ୪ଟା ବେଳେ ବାହାରି ଭୁବନେଶ୍ୱର ଆସୁଥିଲା । ତେବେ ଭଦ୍ରକ ଭଣ୍ଡାରିପୋଖରୀ ନେଉଳିଆ ଛକ ନିକଟରେ ରାସ୍ତା କଡରେ ବାଲି ଗଦା ହୋଇଥିବା ବେଳେ ବସ୍ ଡ୍ରାଇଭର ଜାଣି ନ ପାରି ଦ୍ରୂତ ଗତିରେ ଗାଡିଟିକୁ ବାଲିଗଦା ଉପରେ ଚଢାଇ ଦେଇଥିଲା । ଫଳରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଆହତମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related posts

ତାଳଚେରରେ ସର୍ବାଧିକ ବର୍ଷା ରେକର୍ଡ

mahabharatanews

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସରକାରୀ ଯନ୍ତ୍ରୀ

mahabharatanews

୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା 

mahabharatanews