ନୂଅ।ଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ସାଂସଦ ରାହୁଲଙ୍କ ମନ୍ତବ୍ୟକୁ ନେଇ ଦେଖା ଦେଇଛି ହଙ୍ଗାମା । ରାହୁଲ ଗାନ୍ଧୀଙ୍କ ରେପ୍ ଇନ୍ ଇଣ୍ଡିଆ ମନ୍ତବ୍ୟକୁ ନେଇ ଶୁକ୍ରବାର ସଂସଦରେ ହଙ୍ଗାମା ହୋଇଛି । ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗକୁ ନେଇ ବିଜେପି ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ନେତୃତ୍ୱରେ ମହିଳା ସଦସ୍ୟମାନେ ରାହୁଲଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ଏଥିପାଇଁ ରାହୁଲ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ । ସ୍ମୃତି ଇରାନୀ କହିଥିଲେ, ଗାନ୍ଧୀ ପରିବାରର ପୁଅ ତଥା ଗୃହର ସଦସ୍ୟ ମହିଳାଙ୍କୁ ବଳାକ୍ରାର ପାଇଁ ଅ ।ହ୍ୱାନ କରିଛନ୍ତି । ତେବେ ଡିଏମକେ ସାଂସଦ କାନିମୋଇ ରାହୁଲଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ତାଙ୍କ ସପକ୍ଷରେ ସଫେଇ ଦେଇଥିଲେ । କାନିମୋଇ କହିଥିଲେ, ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଇଣ୍ଡିଆ କଥା କହିଥିଲେ, ଯାହାକୁ ଅ ।ମେ ସମ୍ମାନ କରୁଛୁ । କିନ୍ତୁ ଦେଶରେ କ’ଣ ହେଉଛି ? ଏହା ହିଁ ରାହୁଲଙ୍କ କହିବାର ଅର୍ଥ ଥିଲାଦୁର୍ଭାଗ୍ୟ କି ମେକ୍ ଇନ୍ ଇଣ୍ଡିଆ ଫଳବ୍ରତୀ ହେଉନାହିଁ । କିନ୍ତୁ ଦେଶରେ ମହିଳାଙ୍କ ସହିତ ବଳାକ୍ରାର ଦେଖି ଅ ।ମର ଚିନ୍ତା । ତେବେ ଏହି ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁ ଉଭୟ ଗୃହର ଅଧ୍ୟକ୍ଷ ଗୃହକୁ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ ।
previous post