ଓଡିଶାରାଜନୀତି

ବିଜେଡି ମହିଳା ମୋର୍ଚ୍ଚା ପୁର୍ନଗଠନ

୨୩ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାନେତ୍ରୀ ନିଯୁକ୍ତ

ଭୁବନେଶ୍ୱର: ବିଜେଡି ମହିଳା ମୋର୍ଚ୍ଚାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁର୍ନଗଠନ କରିଛନ୍ତି। ୩୦ ଜିଲ୍ଲା ଲାଗି ଦଳ ପକ୍ଷରୁ କମିଟି ଘୋଷଣା କରାଯାଇଛି। ୨୩ ଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ସେହିପରି ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ବାଲେଶ୍ୱର ଲାଗି ସୁବାଷିନୀ ଜେନା, ଯାଜପୁର ଲାଗି ସୁଲତା ଦେଓ, ନବରଙ୍ଗପୁର ପାଇଁ ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। କସ୍ତୁରୀ ମହାପାତ୍ରଙ୍କୁ ବିଜେଡି ମହିଳା ମୋର୍ଚ୍ଚାର ମହାସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ୭ଟି ଜୋନ ପାଇଁ ମଧ୍ୟ କର୍ମକର୍ତ୍ତା ଘୋଷଣା କରାଯାଇଛି। ଭୁବନେଶ୍ୱର ଜୋନର ସଭାପତି ଭାବେ ସଂଯୁକ୍ତା ମହଲାଙ୍କୁ ନିଯୁକ୍ତ କରାଯାଇଛି। କାର୍ଯ୍ୟକାରୀ ସଭାପତି ଭାବେ ପୁଷ୍ପାଞ୍ଜଳି ରଣାଙ୍କୁ ଅବସ୍ଥାପିତ କରାଯାଇଛି। କଟକ ଜୋନ ଲାଗି ସଭାପତି ଭାବେ ସୁଭଦ୍ରା ଦାସ ଓ କାର୍ଯ୍ୟକାରୀ ସଭାପତି ଭାବେ ପ୍ରଭାସିନୀ ଷଡଙ୍ଗୀଙ୍କ ନାମ ଘୋଷଣା କରାଯାଇଛି। ବୀଣାପାଣି ସାହୁଙ୍କୁ ବାଲେଶ୍ୱର ଜୋନର ସଭାନେତ୍ରୀ ଓ ମୀନା ମାଝୀଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ବିଜେଡି ସୁପ୍ରିମୋ ନିଯୁକ୍ତ କରିଛନ୍ତି। ସମ୍ବଲପୁର ଜୋନର ସଭାପତି ଭାବେ ସିପ୍ରା ମହାନ୍ତି ଓ କାର୍ଯ୍ୟକାରୀ ସଭାପତି ଭାବେ ସନ୍ଧ୍ୟାରାଣୀ ଲାକ୍ରାଙ୍କ ନାମ ଘୋଷଣା କରାଯାଇଛି। ବଲାଙ୍ଗୀର ଜୋନର ସଭାପତି ଭାବେ କଲ୍ୟାଣୀ ନାୟକ ଏବଂ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ପୁଷ୍ପାଞ୍ଜଳି ପାଣ୍ଡେଙ୍କୁ ନିଯୁକ୍ତ କରାଯାଇଛି। ଗଞ୍ଜାମ ଜିଲ୍ଲାର ସଭାନେତ୍ରୀ ଭାବେ ମମତା ବିଶୋୟୀଙ୍କୁ ନିଯୁକ୍ତ କରାଯାଇଛି। କୋରାପୁଟ ଲାଗି ସଭାନେତ୍ରୀ ଭାବେ ଲତା ରାୟ ଓ କାର୍ଯ୍ୟକାରୀ ସଭାପତି ଭାବେ ସୁକାନ୍ତି ବୁରୁଦାଙ୍କୁ ଅବସ୍ଥାପିତ କରାଯାଇଛି। ସେଭଳି ୪୫ ଜଣଙ୍କୁ ବରିଷ୍ଠ ଉପସଭାନେତ୍ରୀ, ୭୧ ଜଣଙ୍କୁ ସାଧାରଣ ସମ୍ପାଦିକା, ୩୩ ଜଣଙ୍କୁ ସହ ସମ୍ପାଦିକା, ୩୪ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାନେତ୍ରୀ ଓ କାର୍ଯ୍ୟକାରୀ ପାରିଷଦ ସଦସ୍ୟ ଭାବେ ୬୮ ଜଣଙ୍କୁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ମନୋନୀତ କରିଛନ୍ତି।

Related posts

ଟୁକୁଣା ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews

ମହାବୀର ଜୟନ୍ତୀ ଅବସରରେ ଜୟପୁର ସହରରେ ବିଶାଳ ଶୋଭାଯାତ୍ରା

mahabharatanews

୧ରୁ ଖଣ୍ଡଗିରି ମେଳା,୫ରୁ ଯାତ୍ରା

mahabharatanews