Uncategorized

ରୂପି ଓ ଚନ୍ଦାପଣକୁ ମୁକ୍ତି ଦେବ ଗୋଲମରିଚ, ଜାଣନ୍ତୁ କେମିତି କରିବେ ପ୍ରୟୋଗ

(ମହାଭରତ): ଏବେ ବ୍ୟସ୍ତବହୁଳ ଖାଦ୍ୟପେୟରେ ଅନିୟମିତତା କେଶକୁ ଅଧିକ ପ୍ରଭାବିତ କରୁଛି । କିଏ ରୂପି ପାଇଁ ତ ଆଉ କିଏ କେଶ ଝଡିବାକୁ ନେଇ ଚିନ୍ତାରେ ପଡୁଛନ୍ତି । ଆପଣ ବି ଯଦି ଏମିତି ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ନିଶ୍ଚୟ ଏହି ଟିପ୍ସ ଆପଣାନ୍ତୁ । ଦେଖିବେ ନିଶ୍ଚୟ ଫରକ ଅନୁଭବ କରିପାରିବେ ।

୧- ୨ରୁ ୩ ଚାମଚ ଦହି ସହିତ ଏକ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ ଏହି ପେଷ୍ଟକୁ ମୁଣ୍ଡରେ ଲଗାନ୍ତୁ । ଏହି ପ୍ୟାକ୍ ଲଗାଇବାର ୨୦ ମିନିଟ୍ ପରେ କେଶ ଧୋଇ ଦିଅନ୍ତୁ । ଦହି ଆପଣଙ୍କ କେଶକୁ ନରମ କରିବା ସହ ଗୋଲମରିଚରେ ଥିବା କପର କେଶକୁ ଧଳା ହେବାରେ ରୋକିଥାଏ ।
୨- ଅଲିଭ ଅଏଲରେ ଅଳ୍ପ ଟିକିଏ ଗୋଲମରିଚ ଗୁଣ୍ଡ ମିଶାଇ ତାକୁ କେଶରେ ମାଲିସ୍ କରନ୍ତୁ । ତା’ ପରଦିନ କେଶ ଧୋଇଦିଅନ୍ତୁ । ଏହା କେଶରେ ରୂପି ସମସ୍ୟା ଦୂର କରିଥାଏ ।
୩- ଅଲିଭ ଅଏଲରେ ଅଳ୍ପ ଟିକିଏ ଗୋଲମରିଚ ଗୁଣ୍ଡ ମିଶାଇ ଏକ ବୋତଲରେ ରଖି ଦିଅନ୍ତୁ । ଦୁଇ ସପ୍ତାହରେ ପରେ ଏହାକୁ କାଢି ମୁଣ୍ଡରେ ଲଗାନ୍ତୁ । ୩୦ମିନିଟ୍ ରଖିବା ପରେ କେଶକୁ ଧୋଇ ଦିଅନ୍ତୁ ଏପରି କଲେ ଚନ୍ଦାପଣ ଦୂର ହୁଏ ।

Related posts

ବିିଶ୍ୱରେ କୋରନା ଆକ୍ରନ୍ତଙ୍କ ସଂଖ୍ୟା ୧୮.୫ ଲକ୍ଷ ଟପିଲା

mahabharatanews

ବାୟୁସେନାରେ ତେଜସର ଦ୍ୱିତୀୟ ସ୍କ୍ୱାର୍ଡନ ସାମିଲ

mahabharatanews

ସନ୍ନି ଦେଓଲ ବି ନିଖୋଜ, ଲାଗିଲା ପୋଷ୍ଟର

mahabharatanews