ଓଡିଶା

ରେଣୁକା ଗଳି ଓ ମହାଦେବ ଲେନ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଘୋଷଣା

(ଗୋପ/ଜୟନ୍ତ ସେଠି): ପୁରୀରୁ ଦୁଇଜଣ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ନିକଟ ରେଣୁକା ଗଳି ଓ ମହାଦେବ ଲେନ ଅଞ୍ଚଳକୁ ସମ୍ପୂର୍ଣ ଭାବେ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେ ଅଞ୍ଚଳରେ ୬ ଟି ଜାଗାରେ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ଳକିଙ୍ଗ ପଏଣ୍ଟ କରାଯାଇଥିବା ବେଳେ କୌଣସି ଲୋକ କଣ୍ଟେନମେଣ୍ଟ ଭିତରକୁ କିମ୍ବା ବାହାରକୁ ଯାଇପାରିବେ ନାହିଁ । ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଙ୍କ ଚି଼ହ୍ନଟ ସହ ଓ ସ୍ୱାବ ନମୁନା ସଂଗ୍ରହ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ସମ୍ପୃକ୍ତ ପଜିଟିଭ ଆକ୍ରାନ୍ତଙ୍କୁ ଭୁବନେଶ୍ୱର ସ୍ଥିତ କୋଭିଡ ହେଲଥ ସେଣ୍ଟର କୁ ପଠାଯାଇଛି । ତେବେ ପୁରୀ ଜିଲାପାଳ ବଲବନ୍ତ ସିଂ ସୂଚନା ଅନୁଯାୟୀ ଗତ ୭ ତାରିଖରେ ତାଙ୍କ ସ୍ୱାବ ଟେଷ୍ଟ ପରେ ପଜେଟିଭ ଆସିଥିଲା। ତେବେ ଉକ୍ତ ଅଞ୍ଚଳ କଣ୍ଟେନ ମେଣ୍ଟ ଅଂଚଳ ଘୋଷଣା ପରେ ଉକ୍ତ ଅଞ୍ଚଳ ରେ ସ୍ୱତନ୍ତ୍ର ମେଡ଼ିକାଲ ଟିମ ମୁତୟନ କରାଯାଇଛି। ଉକ୍ତ ଅଞ୍ଚଳରେ ଥିବା ସବୁ ପରିବାର ର ଲୋକ ଙ୍କ ସ୍ୱାସ୍ତ୍ୟ ପରୀକ୍ଷା ହେବ। ତେବେ କୋଭିଡ ପଜେଟିଭ ଆସିଥିବା ଦୁଇ ଜଣ ଙ୍କ ବିରୋଧ ମାମଲା ରୁଜୁ କରାଯାଇଛି। ହୋମ କ୍ଵରେନ ଟାଇନ ନିୟମ ଭଙ୍ଗ କରିଥିବା ସହ ବାହାରେ ବୁଲାବୁଲି କରିଥିବା ହେତୁ ଆଇନ ଅନୁଯାୟୀ କାର୍ୟ୍ୟନୁଷ୍ଠାନ ନିଆଯିବ। ଏଣିକି ଯେଉଁ ପ୍ରବାସୀ ମାନେ ଆସିବେ ସେମାନେ ସରକାର ଙ୍କ ଦ୍ଵାରା ବ୍ୟବସ୍ଥା ହୋଇଥିବା କ୍ଵରେନ ଟାଇନ ରେ ୨୧ ଦିନ ରହିବେ। ହୋମ କ୍ଵରେନଣ୍ଟାଇନ ନେବ ଆଉ ଅନୁମତି ଦିଆଯିବ ନାହିଁ। ତେବେ ଏହି ଘଟଣା କୁ ନେଇ ଜମା ଭୟଭୀତ ନ ହୋଇ ଲକ ଡାଉନ ନିୟମ ଓ କରୋନା ଗାଇଡ଼ ଲାଇନ ମାନିବାକୁ ଜିଲାପାଳ ଲୋକ ଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଗ୍ରୀନ ଜୋନ ତାଲିକା ରେ ଥିବା ପୁରୀ ଜିଲ୍ଲାରେ ଦୁଇଜଣ କରୋନା ପଜିଟିଭ ଚି଼ହ୍ନଟ ପରେ ପୁରୀ ସହରରେ ଆତଂକ ଖେଳି ଯାଇଛି । କଲିକତା ରୁ ଫେରିଥିବା ପଜିଟିଭ ଦୁଇଜଣ ପ୍ରବାସୀ ଓଡ଼ିଆ । ଗତ ୫ ତାରିଖ ରେ ଗୋଟିଏ ପରିବାରର ତିନି ଜଣ କଲିକତାରୁ ଫେରିଥିଲେ । ସେମାନଙ୍କୁ ହୋମ କ୍ଵାରେନଣ୍ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ୭ ତାରିଖରେ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ଗତକାଲି ସେମାନଙ୍କ ମଧ୍ୟରୁ ଦୁଇଜଣ ପଜିଟିଭ ଥିବା ଜଣା ପଡିଥିଲା । ପ୍ରଶାସନ ପକ୍ଷରୁ ସେମାନେ ରହୁଥିବା ସମ୍ପୃକ୍ତ ଅଞ୍ଚଳକୁ ସିଲ କରାଯାଇଥିବା ବେଳେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏତଦ ବ୍ୟତୀତ ତାଙ୍କ ସହ ଅନ୍ୟକେହି ସଂସ୍ପର୍ଶରେ ଆସିଛନ୍ତି ସେ ନେଇ କଣ୍ଟାକ୍ଟ ଟ୍ରେସିଂ କରାଯାଉଚି। ସେହିପରି ସକାଳୁ ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯାଇଥିଲା ଜ୍ଝପ୍ରାୟ ୪୦୦ ମିଟର ପରିବ୍ୟାପ୍ତ ଅଞ୍ଚଳକୁ ସିଲ କରାଯାଇଥିବା ବେଳେ ୬ ଟି ସ୍ଥାନରେ ବ୍ଳକିଂ ପଏଣ୍ଟ କରାଯାଇଛି । ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ସେହି ଅଂଚଳର ସମସ୍ଥଙ୍କ ସ୍ୱାସ୍ଥ୍ୟ ଚେକ କରିଛନ୍ତି । ସେହିଭଳି କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ପ୍ରଶାସନ ବ୍ୟବସ୍ଥା କରିଛି । ସେହିପରି କଣ୍ଟାକ୍ଟ ଟ୍ରେସିଂ ରେ କିଛି ସେମାନେ କିଛି ମାର୍କେଟ କଂପ୍ଲେକ୍ସ ଯାଇଥିବା ଘଟଣା ଜଣାପଡିଛି। ଏ ନେଇ ସତର୍କତା ପଦକ୍ଷେପ ସ୍ୱରୂପ କିଛି ମାର୍କେଟ କଂପ୍ଲେକ୍ସ କୁ ଆଜି ବନ୍ଦ କରାଯାଇ ସାନିଟାଇଜ କରିବାର ବ୍ୟବସ୍ଥା ପ୍ରଶାସନ କରିଚି।

Related posts

ଆଜି ଶ୍ରୀଜିଉଙ୍କ ବନକ ଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

mahabharatanews

ଉପଭୋକ୍ତାଙ୍କ ନିଦ ହଜାଇଛି ଟାଟା ପାୱାର୍

mahabharatanews

ମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତର

mahabharatanews