ଓଡିଶା

ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦେବାକୁ ନେଇ ଉତ୍ତେଜନା

ଉଦଳା: ଝାଡ଼ାରେ ଆକ୍ରାନ୍ତ ଜଣେ ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦିଆଯାଇଛି । ଏହି ଘଟଣା ଜଣାପଡିବା ପରେ ଡ଼ାକ୍ତଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ହେଲେ ଆଳୁ ଖୋଳୁ ଖୋଳୁ ମହାଦେବା ବାହାରିଲା ପରି ଗୋଟିଏ ଘଟଣାକୁ ନେଇ ହଙ୍ଗାମା ହେଲା ପରେ ଡ଼ାକ୍ତରଖାନାରୁ ବାହାରିଲା ଅନେକ ଏକ୍ସପାଏରୀ ସାଲାଇନ । ଅନ୍ୟ ରୋଗୀଙ୍କୁ ମଧ୍ୟ ଏକ୍ସପାଏରୀ ସାଲାଇନ ଦିଆଯାଉଛି । ଏଭଳି ଘଟଣା କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ।

ସୁଚନାନୁଯାୟୀ, ଗତକାଲି ଝାଡ଼ାରେ ଆକ୍ରାନ୍ତ ହୋଇ କପ୍ତିପଦା ଥାନା ଦୁଣ୍ଡରିଆ ଗ୍ରାମର ନରେନ୍ଦ୍ର ନାଥ ମହାନ୍ତି ଡ଼ାକ୍ତଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଏକ୍ସପାଏରୀ ଆଣ୍ଟିବାୟୋଟିକ ସାଲାଇନ ଦିଆଯାଇଥିବା ପରିବାର ଲୋକେ ଦେଖିବା ପରେ ଏହାକୁ ନେଇ ଡ଼ାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ହେଲେ ଘଟଣାର ଖିଅ ଖୋଜୁ ଖୋଜୁ ଡ଼ାକ୍ତରଖାନାରେ ଆହୁରି ଅନେକ ଏକ୍ସପାଏରୀ ସାଲାଇନ ରହିଥିବା ସମ୍ନାକୁ ଆସିଥିଲା । ରୋଗୀଙ୍କୁ ଦିଆଯିବା ନିମନ୍ତେ ରଖାଯାଇଥିବା ସାଲାଇନ ଅନୁଧ୍ୟାନ କରିବା ପରେ ତାହା ମଧ୍ୟ ଏକ୍ସପାଏରୀ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଝାଡ଼ାରୋଗୀ ନରେନ୍ଦ୍ରକୁ ଦିଆଯାଇଥିବା ସାଲାଇନର ଅବଧି ଅକ୍ଟୋବର ୧୯ ରହିଥିବା ବେଳେ ରୋଗୀଙ୍କୁ ଦିଆଯିବା ନିମନ୍ତେ ରଖାଯାଇଥିବା ସାଲାଇନଗୁଡ଼ିକ ମଧ୍ୟ ଏକ୍ସପାଏରୀ ଡେଟ ପାରି କରିଯାଇଛି । କେବଳ ସେତିକି ନୁହେଁ ରୋଗୀଙ୍କୁ ଦିଆଯାଇ ସାରିଥିବା ତଥା ଶେଷ ହୋଇ ଡ଼ଷ୍ଟପିନରେ ପଡ଼ିଥିବା ସାଲାଇନ ବୋତଲକୁ ଯାଞ୍ଚ କରିବା ପରେ ସେଥିରୁ ମଧ୍ୟ ଏକ୍ସପାଏରୀ ସାଲାଇନ ବୋତଲ ବାହାରିଥିଲା, ଯାହାକି ଡ଼ାକ୍ତରଖାନାର ଅବହେଳାକୁ ପଦାରେ ପକାଇ ଦେଇଛି । ଡ଼ାକ୍ତର ଏବଂ ନର୍ସ ନିଜ କାର୍ଯ୍ୟରେ ଅବହେଳା କରିବା ସହ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ରୋଗୀଙ୍କୁ ଏକ୍ସପାଏରୀ ସାଲାଇନ ଦିଆଯିବା ଘଟଣା ପରେ ଡ଼ାକ୍ତରଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣ।।ପହିଛି । ପୁଲିସ । ଅନ୍ୟ ପଟେ ଡାକ୍ତରଙ୍କ ଯୁକ୍ତି ବେତଣ୍ଡା, ଏତେ ସବୁ ସତ୍ତେ୍ୱ ଡାକ୍ତର ଯୁକ୍ତି ବାଢିଛନ୍ତି କି ସେ କୌଣସି ଅବହେଳା କରି ନାହାନ୍ତି । ଏବେ ଦେଖିବାକୁ ରହିଲା ଏହି ଘଟଣା କେଉଁ ମୋଡ ନେଉଛି? ସରକାର ଏପରି ଘଟଣାକୁ ନେଇ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

Related posts

ବାରହା ଆକ୍ରମଣରେ ଯୁବକ ଗୁରୁତର

mahabharatanews

୪ ଦିନ ବିଳମ୍ବରେ ଆସିବ ମୌସୁମୀ

mahabharatanews

ବିମାନରେ ଫେରିଲେ ୧୮୦ ପ୍ରବାସୀ ଓଡିଆ

mahabharatanews