ଓଡିଶା

ଲକଡାଉନକୁ ଫୁ କରି ହେଉଛି ଜନଗହଳି

କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡରୀ ମୌଜାର ସହରମୁଣ୍ଡା ବନ୍ଧରେ ବୁଧବାର ସକାଳ ୭ଟାରେ ଶତାଧିକ ଲୋକଙ୍କ ଉପସ୍ଥିତରେ ମାଛ ମରା ଚାଲିଥିଲା । କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଲକ-ଡାଉନକୁ କଡାକଡ଼ି ପାଳନ କରାଯାଇଛି । କିନ୍ତୁ ଜନତା ସଚେତନ ହେବା ବଦଳରେ ଲକ-ଡାଉନ ନିୟମ କୁ ‘ଫୁ’ କରିଛନ୍ତି ସମ୍ପୃକ୍ତ ବସ୍ତିର ଲୋକେ । ଏଭଳି ଜନଗହଳିରେ ମାଛ ମରା ·ଲିଥିବା ବେଳେ ଘଟଣା ସମ୍ପର୍କରେ କଣିହାଁ ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀଙ୍କୁ ଫୋନ ଯୋଗେ ଘଟଣା ସ୍ଥଳରୁ ଜନୈକ ଯୁବକ ଉପସ୍ଥିତ ରହି ସୂଚନା ଦେଇଥିଲେ । କିନ୍ତୁ ଥାନା ଆଇଆଇସି ଶ୍ରୀଯୁକ୍ତ ତ୍ରିପାଠୀ ମାଛ ମାରିବା ଅପରାଧ ନାହିଁ କିନ୍ତୁ ଲୋକ ଗହଳି ହେବା ନିୟମ ବିରୋଧୀ ଏବଂ ଦେଖିବା କହି କଥାକୁ ହାଲକା ନେଇ ଚୁପ ବସିଯାଇଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ଜନତା ସଚେତନ ନହେବା ଅନ୍ୟ ପଟେ ପୁଲିସ ପ୍ରଶାସନ ଘଟଣାସ୍ଥଳକୁ ନଯିବା କିମ୍ବା ଲକଡାଉନ ଭଙ୍ଗ କରିଥିବା ବେଳେ ପୁଲିସ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନନେବା ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା ପ୍ରକଟ ପାଇଛି । ଏହି ଘଟଣା ପ୍ରତି ଜିଲ୍ଲା ଏସପି ହସ୍ତକ୍ଷେପ ପାଇଁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି ।

Related posts

ନାଲମ ନୃସିଂହନାଥ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆରୋଗ୍ୟ କାମନା

mahabharatanews

ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଶିଶୁ ସୈନିକ ପାଳିଲେ ଜାନୁଆରୀ 26

mahabharatanews

ଲଘୁଚାପ ଅବପାତର ରୂପ ନେଇଛି,୧୨ ଘଣ୍ଟାରେ ସାମୁଦ୍ରିକ ବାତ୍ୟାର ରୂପ ନେବ

mahabharatanews