ଓଡିଶା

ନାଲମ ନୃସିଂହନାଥ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆରୋଗ୍ୟ କାମନା

(ଜ୍ୟୋତିରଂଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅଧିନ ନାଲମ ନୃସିଂହନାଥ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ହୋମଯଜ୍ଞ, ପୂଜାର୍ଚ୍ଚନା କରାଯାଇଥିଲା । ଶୁଭେଛୁ, ଦଳୀୟକର୍ମୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ତଥା ଯୁବପିଢୀମାନେ ଦୀପ ଜାଳି କରି ପ୍ରଭୂଙ୍କ ପାଖରେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଗୁହାରୀ କରିଥିଲେ । ସେହିପରି ସମଗ୍ର ଦେଶରେ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କୁ ସମବେଦନା ଜଣାଇଥିଲେ । ଶେଷରେ ଅଂଚଳର ଯୁବପିଢିମାନେ ନିଜ ଅଞ୍ଚଳରେ କରୋନା ସଚେତନତାକୁ ବ୍ୟାପକ କରିବା ପାଇଁ ଶପଥ ନେଇଥିଲେ । ବରିଷ୍ଠ ଚାଷୀ ନେତା ଦିବାକର ପ୍ରଧାନ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ନୃସିଂହ ବରାଳ, କଣିହାଁ ଉପାଧକ୍ଷ ତ୍ରିପୁରାରୀ ପ୍ରଧାନ, କଣିହାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଦଲକ ସରପଞ୍ଚ ପୁଷ୍ପଲତା ପ୍ରଧାନ, ଯୁବମୋର୍ଚ୍ଚା ସଂଯୋଜକ ସୁବ୍ରତ ପ୍ରଧାନଙ୍କ ସମେତ ଅନ୍ୟମାନେ ଏହି ହୋମଯଜ୍ଞ ଓ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ ।

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

mahabharatanews

ମହିଳା ଓ କିନ୍ନର ଚଲାଇବେ ଭାରି ମୋଟରଯାନ

mahabharatanews

ହାତୀର ମୃତ ଦେହ ଉଦ୍ଧାର

mahabharatanews