Uncategorized

ଲକଡାଉନ ପରେ ଜନସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିବାକୁ ଡବ୍ଲୁଏଚଓର ପରାମର୍ଶ

ଲଣ୍ଡନ: କରୋନା ଭାଇରସକୁ ପ୍ରତିହତ କରିବାକୁ ଦେଶମାନେ ଖାଲି ଲକଡାଉନ୍ କଲେ ଚଳିବ ନାହିଁ । ପରବର୍ତ୍ତୀ ସମୟରେ କରୋନା ଭାଇରସ୍ ସଂକ୍ରମଣ ଏଡ଼ାଇବାକୁ ଜନସ୍ୱାସ୍ଥ୍ୟ ଉପରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ରବିବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଜଣେ ଶୀର୍ଷସ୍ତରୀୟ ବିଶେଷଜ୍ଞ କହିଛନ୍ତି ।

ବିଶ୍ୱ ସ୍ୱ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ମାଇକ୍ ରିୟାନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯେଉଁମାନେ ଅସୁସ୍ଥ, ଯେଉଁମାନଙ୍କ ଠାରେ ଏହି ଭୂତାଣୁ ସଂକ୍ରମିତ ହୋଇଛି ସେମାନଙ୍କୁ ଖୋଜି ବାହାର କରି ପୃଥକ୍ କରିବା ଉଚିତ । ସେମାନେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି ବାହାର କରି ଏକାନ୍ତବାସ କରାଇବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଏହା ହେଉଛି ବର୍ତ୍ତମାନର କାର୍ଯ୍ୟପନ୍ଥା । ସେ ଆହୁରି କହିଛନ୍ତି ଯେ, ଏବେ ଜନସ୍ୱାସ୍ଥ୍ୟ ଉପରେ ପଦକ୍ଷେପ ଗ୍ରହଣ ନ କରି କେବଳ ଲକଡାଉନ୍ କରିବା ବିପଜ୍ଜନକ । କାରଣ ଲକଡାଉନ୍’ ଉଠିଯିବା ପରେ ପୁଣି ବିପଦ ଫେରିଆସିବାର ସମ୍ଭାବନା ରହିଛି । ରିୟାନ୍ ଆହୁରି କହିଛନ୍ତି, କରୋନାଭାଇରସ୍ ପାଇଁ କେତେକ ଟିକା ପ୍ରସ୍ତୁତି ·ଲିଛି । ସେଥିରୁ କେବଳ ଗୋଟିଏ ମାତ୍ର ଟିକା ଆମେରିକାରେ ପରୀକ୍ଷା କରାଯାଇଛି । ଟିକା ସମ୍ପୂର୍ଣ୍ଣ ନିରାପଦ ବୋଲି ନିଶ୍ଚିତ ହେବା ପରେ ଯାଇ ମଣିଷ ଶରୀରରେ ପ୍ରୟୋଗ କରାଯିବ । ସେଥିପାଇଁ ବର୍ଷଟିଏ ଲାଗିପାରେ । ତେଣୁ ଆମେ ବର୍ତ୍ତମାନର ପରିସ୍ଥିତି ଉପରେ ଧ୍ୟାନ ଦେବା ଉଚିତ । କରୋନା ଭାଇରସ୍ ବିରୋଧରେ ୟୁରୋପର ଅଧିକାଂଶ ଦେଶ ଓ ଆମେରିକା ଚୀନ୍ ଏବଂ ଅନ୍ୟ ଏସୀୟ ଦେଶମାନଙ୍କୁ ଅନୁସରଣ କରି କଡ଼ା କଟକଣା ଲାଗୁ କରିଛନ୍ତି । ସ୍କୁଲ୍, ବାର୍ ଏବଂ ରେସ୍ତୋରାଁ ଆଦି ବନ୍ଦ ରହିଛି । ଘରେ ଥାଇ କାମ କରିବାକୁ କର୍ମ·ରୀମାନଙ୍କୁ କୁହାଯାଇଛି ।

Related posts

ବିଦେଶ ଯାତ୍ରା ପାଇଁ ଦିଲ୍ଲୀ କୋର୍ଟରେ ଶଶି ଥରୁରଙ୍କ ଆବେଦନ

mahabharatanews

ବହିଷ୍କୃତ ନେତାଙ୍କୁ ନେଇ ଦଳ ଗଢିବେ ଅଲତାଫ

mahabharatanews

ଦେଶରେ କରୋନା ମୃତ୍ୟୁ ୫୪୩ ଛୁଇଁଲା

mahabharatanews