Uncategorized

ବିଦେଶ ଯାତ୍ରା ପାଇଁ ଦିଲ୍ଲୀ କୋର୍ଟରେ ଶଶି ଥରୁରଙ୍କ ଆବେଦନ

(ମହାଭାରତ, ନୂଆଦିଲ୍ଲୀ): କଂଗ୍ରେସ ସାଂସଦ ଶଶି ଥରୁର ବିଦେଶ ଯାତ୍ରା ପାଇଁ ଦିଲ୍ଲୀର ଏକ କୋର୍ଟରେ ଆବେଦନ କରିଛନ୍ତି । ପ୍ରକାଶ ଥାଉକି, ଶଶି ତାଙ୍କ ସ୍ତ୍ରୀ ସୁନନ୍ଦା ପୁସ୍କରଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ ଅଛନ୍ତି । ଏହି ମାମଲା କୋର୍ଟରେ ବିଚାରାଧିନ ଥିବା ବେଳେ ସେ କୋର୍ଟରୁ ଜାମିନ ପାଇଛନ୍ତି । ତେବେ ଜାମିନ ବେଳେ କୋର୍ଟ ତାଙ୍କ ବିଦେଶ ଯାତ୍ରାକୁ ନେଇ କିଛି ସର୍ତ୍ତ ଲାଗୁ କରିଥିଲେ । ଯେଉଁଥି ପାଇଁ ସେ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟରେ ଏହି ଆବେଦନ କରିଛନ୍ତି । ଫେବୃଆରୀରୁ ମେ ମାସ ମଧ୍ୟରେ ସେ ବିଦେଶ ଯିବାକୁ ଯୋଜନା ରଖିଛନ୍ତି । ସୂଚନାଯୋଗ୍ୟ, ୨୦୧୪ ମସିହା ଜାନୁଆରୀ ୧୭ରେ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ହୋଟେଲରେ ସୁନନ୍ଦା ପୁସ୍କରଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ତାଙ୍କ ସ୍ୱାମୀ ଶଶି ଥରୁରଙ୍କ ହାତ ଥିବା ସନ୍ଦେହ କରି ଅଭିଯୁକ୍ତ ଘୋଷଣା କରାଯାଇଥିଲା ।

Related posts

ସ୍କୁଲ ଛାତ୍ରଙ୍କ ପକେଟରେ ବାଣ ବିସ୍ପୋରକ ହୋଇ ୨ ଛାତ୍ର ଗୁରୁତର

mahabharatanews

ଦେଶରେ ୨୭୮୯୨ ଆକ୍ରାନ୍ତଙ୍କ ମଧ୍ୟରେ ୮୭୨ଙ୍କ ମୃତ୍ୟୁ

mahabharatanews

୪ ଦିନ ପରେ ଗୃହକୁ ଫେରିଲେ ଓମ ବିରଲା

mahabharatanews