Uncategorized

ଆମେରିକାରେ କରୋନା ଟେଷ୍ଟ କିଟ୍ ଚୋରି

ୱାଶିଂଟନ୍: ସାରା ବିଶ୍ୱରେ ଏବେ କରୋନା ଆତଙ୍କ ଖେଳିଯାଇଛି ଓ ଅନେକ ଦେଶ ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି । ସନ୍ଦିଗ୍ଧମାନଙ୍କୁ ଯାଞ୍ଚ କରାଯାଇ ଆଇସୋଲେସନରେ ରଖାଯାଉଛି । କିନ୍ତୁ ଏସବୁ ମଧ୍ୟରେ ଭାରତଠାରୁ ଆମେରିକା ପର୍ଯ୍ୟନ୍ତ ସବୁଠି ଏକ ବଡ଼ ପ୍ରଶ୍ନ ଉଙ୍କି ମାରୁଛି ଯେ, ସରକାର ଅଧିକ ସଂଖ୍ୟକ ଲୋକଙ୍କ ପରୀକ୍ଷା କାହିଁକି କରାଉନାହାନ୍ତି? ବିଶେଷଜ୍ଞଙ୍କ କହିବାନୁସାରେ, ସରକାରଙ୍କ ପାଖରେ ଅଧିକ ସଂଖ୍ୟକ ଟେଷ୍ଟ କିଟ୍(ପରୀକ୍ଷା ଉପକରଣ) ଉପଲବ୍ଧ ନାହିଁ । ଇତି ମଧ୍ୟରେ ଆମେରିକାର ଏକ ହସ୍ପିଟାଲରେ ଅନେକ ସଂଖ୍ୟକ ଟେଷ୍ଟ କିଟ୍ ଚୋରି କରିବା ମାମଲା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଆମେରିକାର ଏରିଜୋନାରେ ଜଣେ ବ୍ୟକ୍ତି ବହୁ ସଂଖ୍ୟାର ଟେଷ୍ଟ କିଟ୍ ଏକ ବ୍ୟାଗ୍ର ଭର୍ତ୍ତି କରି ନେଇଯାଇଛି । ସମ୍ପୃକ୍ତ ବ୍ୟକ୍ତିର ଫଟୋ ସିସିଟିଭିରେ କଏଦ ହୋଇଛି । ସ୍ଥାନୀୟ ପୁଲିସ କରୋନା ଭାଇରସ୍ ଟେଷ୍ଟ କିଟ୍ ଚୋରି କରିଥିବା ବ୍ୟକ୍ତିର ଫଟୋ ଜାରି କରି ତାକୁ ଚିହ୍ନଟ କରିବାକୁ ସାହାଯ୍ୟ ଲୋଡ଼ିଛି । ଅଧିକାରୀଙ୍କ କହିବାନୁସାରେ, ଚୋର ଏରିଜୋନାର ଏଲ୍ ରିଓ ହେଲ୍ଥ ସେଣ୍ଟରରୁ ଟେଷ୍ଟ କିଟ୍ ଚୋରି କରିଛି । ଶୁକ୍ରବାରଠାରୁ ଏହି ଚୋରି ହୋଇଥିଲେ ମଧ୍ୟ ଶନିବାର ପର୍ଯ୍ୟନ୍ତ ହସ୍ପିଟାଲ କର୍ମ·ରୀ ଏ ବିଷୟରେ କିଛି ଜାଣିପାରି ନ ଥିଲେ । ପରେ ଚୋରି ହୋଇଥିବା କିଟ୍ ବଦଳରେ ନୂଆ କିଟ୍ ଯୋଗାଇ ଦିଆ ଯାଇଥିଲା । ତେଣୁ କୌଣସି ସମସ୍ୟା ଦେଖା ଦେଇନାହିଁ । ତେବେ ଚୋର ଡ୍ରାଇଭର୍ ରୂପରେ ହସ୍ପିଟାଲରେ ପ୍ରବେଶ କରିଥିବା ପୁଲିସକୁ ସୂଚନା ମିଳିଛି । ଅପର ପକ୍ଷରେ କୌଣସି ବ୍ୟକ୍ତିଙ୍କଠାରୁ କରୋନା ଭାଇରସ୍ ଟେଷ୍ଟ କିଟ୍ ନ କିଣିବାକୁ ଆମେରିକାବାସୀଙ୍କୁ ଅଧିକାରୀ ନିବେଦନ କରିଛନ୍ତି ।

Related posts

ପ୍ରବଳ ଗରମ ସହ ଗୁଳୁଗୁଳି; ୟେଲୋ ଆଲର୍ଟ ଜାରି 

mahabharatanews

ପିଲା ଚୋର ସନ୍ଦେହରେ ମ।ଡ, ୩ ଅଟକ

mahabharatanews

ଓବାମାଙ୍କ ଏ ପ୍ରୋମିଜ୍ଡ ଲ୍ୟାଣ୍ଡରେ ସୋନିଆଙ୍କୁ ପ୍ରଶଂସା

mahabharatanews