Uncategorized

ଲକଡାଉନ ମଧ୍ୟରେ ଶୀତଳଭଣ୍ଡାର ସୁବିଧା ଯୋଗଇଦେବାକୁ ସ୍ୱାମୀନାଥନଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ସାରା ଦେଶ ଲକଡାଉନ୍ ରହିଛି। ଏଭଳି ସ୍ଥିତିରେ ଚାଷ କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ଚାଷୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ଜଣାଶୁଣା କୃଷି ବୈଜ୍ଞାନିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସ୍ୱାମୀନାଥନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱାମୀନାଥନ ଲକଡାଉନ ବେଳେ ଚାଷୀ ଓ ଚାଷର ଉନ୍ନତୀ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଲକଡାଉନ ମଧ୍ୟରେ କୃଷି କାର୍ୟ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମତି ଦେଇଥିବାରୁ ଏଭଳି ପଦକ୍ଷେପକୁ ସ୍ୱାମୀନାଥନ ସ୍ୱାଗତ କରିଛନ୍ତି। ହେଲେ ଏହି ସମୟରେ ଚାଷୀଙ୍କୁ ଆବଶ୍ୟକ କୃଷି ଉପକରଣ, ଔଷଧ, ବିହନ ଆଦି ଯୋଗାଇ ଦେବାକୁ କହିଛନ୍ତି ସ୍ୱାମୀନାଥନ।

ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା କୁହାଯାଇଛି, ପ୍ରାଥମିକ ଭାବରେ ଶୀତଳ ଭଣ୍ଡାର କିମ୍ବା ଅନ୍ୟାନ୍ୟ ସଂରକ୍ଷଣ ସୁବିଧା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ବଜାର ଖୋଲା ନହେବା ପର୍ୟ୍ୟନ୍ତ ଶୀତଳ ଭଣ୍ଡାରରେ ଚାଷୀ ତାର ଉତ୍ପାଦକୁ ସଂରକ୍ଷଣ କରି ରଖିପାରିବ । କ୍ଷୀର ଏବଂ କ୍ଷୀର ଜାତ ସାମଗ୍ରୀର ସଂରକ୍ଷଣ ପାଇଁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି) ଜାତୀୟ ଉଦ୍ୟାନ କୃଷି ବିକାଶ ବୋର୍ଡକୁ ସମସ୍ତ ପ୍ରକାର ସହଯୋଗ କରିବା ଦରକାର। ଆଗାମୀ ଖରିଫ ଋତୁ ପାଇଁ କ୍ଷୁଦ୍ର ଚାଷୀଙ୍କୁ ଭଲ ମାନର ବିହନ ସହିତ ବାୟୁ, ମୃତ୍ତିକା ଏବଂ ଭୂପୃଷ୍ଠରେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଚାଷକୁ ଆଗକୁ ବଢ଼ାଇବା ଦରକାର। ଯାହା ଦ୍ୱାରା ମାଟି ତଳେ ଥିବା ଉଦ୍ଭିଦ ଆବଶ୍ୟକ ଉପକରଣ ପାଇଲା ପରେ ଖୋଲିବ।

ସେହିପରି ମହିଳା କୃଷକମାନଙ୍କ ପ୍ରତି ଧ୍ୟାନ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। କାରଣ ଚାଷ କାର୍ୟ୍ୟରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏ ନେଇ ଦେଶରେ ମହିଳାଙ୍କ ଦ୍ୱାରା ହୋଇଥିବା ଦୁଗ୍ଧ ବିପ୍ଳବର ଉଦାହରଣ ଦେଇଛନ୍ତି। ମହିଳା କୃଷକମାନେ ମଧ୍ୟ କୃଷି କ୍ଷେତ୍ରରେ ଆଗରେ ଅଛନ୍ତି। ଦେଶର ଏଭଳି ସ୍ଥିତିରେ ସେମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ବାବଦରେ ଅବଗତ କରାଇବା ସହିତ ସେମାନଙ୍କର ଅର୍ଥନୀତି ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି। ଏଭଳି ରଣନୀତି କ୍ଷୁଦ୍ର ଚାଷୀଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବ ବୋଲି ସେ କହିଛନ୍ତି ।

Related posts

ଚୀନର ଏକଛତ୍ରବାଦୀ ନୀତି ବିରୋଧରେ ମୁହଁ ଖୋଲିଲା ଜାପାନ

mahabharatanews

୨୪ ଘଣ୍ଟାରେ ଦେଶରେ ୧୦ ହଜାର ୯୫୬ ନୂଆ କରୋନା ଚିହ୍ନଟ

mahabharatanews

ଗୋଧରା ହତ୍ୟାକାଣ୍ଡ ଘଟଣାରେ ୮ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ କୋର୍ଟ

mahabharatanews