ଅପରାଧ

ଲାଞ୍ଚ ନେଇ ଆଇଆଇସି ଗିରଫ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଥାନା ଆଇଆଇସି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାର ଆଇଆଇସି ଚିତ୍ତରଞ୍ଜନ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି । ଏକ ଯୌତୁକ ନିର୍ଯାତନା ମାମଲାକୁ ରଫାଦଫ।। କରିବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା ।
ନିହଲପ୍ରସାଦ ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ଅଇଁଠା ସେଠୀଙ୍କ ନାମରେ ତାଙ୍କ ବୋହୂ ଦେଇଥିଲେ । ଥାନାଧିକାରୀ ଏହି କେସରୁ ଅଇଁଠୁଙ୍କ ସ୍ତ୍ରୀଙ୍କୁ ମୁକୁଳାଇବାକୁ ୬ ହଜାର ଟଙ୍କା ମାଗିଥିଲେ । ଏହାପରେ ଅଇଁଠୁ ଏନେଇ କଟକ ଭିଜିଲାନ୍ସ ଡିଏସପିଙ୍କୁ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ଅଇଁଠୁ ଟଙ୍କା ନେଇ ଥାନାଧିକାରୀଙ୍କୁ ଦେଉଥିବା ବେଳେ କଟକ ଓ ଢେଙ୍କାନାଳ ପୁଲିସ ତାଙ୍କୁ କାବୁ କରି ନେଇଥିଲା ଥାନା ଅଧିକାରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସହାୟକ ଲକ୍ଷ୍ମଣ ସେଠୀକୁ ମଧ୍ୟ ଗିରଫ କରାଯାଇଛି ।

Related posts

ପିପିଲିରେ ଓଲଟିଲା ବସ, ଭୁବନେଶ୍ୱରରୁ କାକଟପୁର ଯାଉଥିଲା

mahabharatanews

ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ

mahabharatanews

ବିଦ୍ୟାଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଛି

mahabharatanews