ଓଡିଶା

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ତରଫରୁ ଦୁଇ ଗୋଟି ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବରିମୁଣ୍ଡ ସରପଞ୍ଚ ବିରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ନୂଆବନ୍ତ ସରକାରୀ ଚିକିତ୍ସାଳୟରେ ଓ ଅନ୍ୟଟି ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ କାଳୀ ସିଂ ଙ୍କ ନେତୃତ୍ୱରେ ନିଳାଦ୍ରୀ ବିହାର ହରେକଷ୍ଣ ନଗରରେରେ ଆୟୋଜନ କରାଯାଇଥିଲା। ଉକ୍ତ କାର୍ୟକ୍ରମରେ ଓଡ଼ିଶା ମୋ ପରିବାର ସଂଯୋଜକ ଅରୁପ ପଟ୍ଟନାୟକ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ସମ୍ପାଦକ ସୁବାସ ପାତ୍ର, ରୁଦ୍ର ସାମନ୍ତରାୟ ଓ ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁବାସ ସାହୁ, ମଧୁସ୍ମିତା ଦାଶ, ମାନସ ଦାସ, ଯୁବ ଜିଲ୍ଲା ଉପସଭାପତି ମାଧବ ସାହୁ , ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରସନ୍ନ ସାହୁ, ନିର୍ମଳ ରାଉତ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ରକି ଦାସ , ସୌମ୍ୟ ରଞ୍ଜନ ପ୍ରଧାନ, ଅକ୍ଷୟ ସ୍ୱାଇଁ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଦୁଇ ଗୋଟି ଶିବିରରେ ମୋଟ ୨୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

Related posts

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏନଡିଆରଏଫର ସଚେତନତା କାର୍ଯ୍ୟକ୍ରମ

mahabharatanews

ଏଣିକି ପର୍ଯ୍ୟଟଙ୍କ ପାଇଁ ରାତିରେ ଖୋଲା ରହିବ ନନ୍ଦନକାନନ

mahabharatanews

ଆଜି ସୁସ୍ଥ ହେଲେ ଆଉ ୧୨୦ ଆକ୍ରାନ୍ତ

mahabharatanews