(ମହାଭାରତ): ଲୋକପ୍ରିୟ ସିରିଏଲ ‘କସୌଟୀ ଜିନ୍ଦେଗୀ କୀ’ରେ ଏବେ ଆସିବାକୁ ଯାଉଛି ଏକ ବଡ ଟ୍ୱିଷ୍ଟ । ଶୋ’ର ନୂଆ ପ୍ରୋମୋରୁ ଏହା ଜଣାପଡିଛି । ଏହି ପ୍ରୋମେ।। ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଏଥିରେ ଅନୁରାଗ ଓ ପ୍ରେରଣାଙ୍କ ପ୍ରେମ କାହାଣୀରେ ପ୍ରତାରଣାର ରଙ୍ଗ ଦେଖିବାକୁ ମିଳିଛି । ଶୋ’ର ହିରୋ ଅନୁରାଗ ଭିଲେନ୍ ପାଲଟିଯାଇଛନ୍ତି ।
ପ୍ରୋମୋରେ ଅନୁରାଗଙ୍କୁ ପ୍ରେରଣା କହୁଛନ୍ତି,ତୁମେ ମୋତେ କେତେ ଭଲପାଅ ? ଏହାର ଉତ୍ତରରେ ପ୍ରେରଣା କହୁଛନ୍ତି ଯେ ସେ ତାଙ୍କୁ ବହୁତ ଭଲ ପାଆନ୍ତି ।
ଏହାପରେ ଅନୁରାଗ ତାଙ୍କୁ ପଚାରୁଛନ୍ତି, ‘ତୁମେ ମୋତେ କେତେ ଭଲପାଅ ?’ ଏହାରର ଉତ୍ତରରେ ପ୍ରେରଣା କହୁଛନ୍ତି ଯେ ସେ ତାଙ୍କୁ ବହୁତ ଭଲପାଆନ୍ତି ।
ଆଉ ତା’ପରେ ଅନୁରାଗ ପଚାରୁଛନ୍ତି,ମୋ ପାଇଁ ମରିପାରିବ? ପ୍ରେରଣା ଟିକେ ଆଶ୍ଚର୍ଯ୍ୟ ହୋଇ ହଁ କହୁଛନ୍ତି । ବାସ୍ ଏହାପରେ ଅନୁରାଗ ତାଙ୍କୁ ଛାତରୁ ତଳକୁ ଧକ୍କା ଦେଇଛନ୍ତି ।
ଏହି ପ୍ରୋମୋଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ପ୍ରେରଣାଙ୍କୁ ଜୀବନଠାରୁ ଅଧିକ ଭଲପାଉଥିବା ଅନୁରାଗ ଯେ ଏମିତି କରିପାରିବେ କେହି ବିଶ୍ୱାସ କରିପାରୁନାହାନ୍ତି ।