ଭାରତରାଜନୀତି

ଶପଥ ଗ୍ରହଣ ଉତ୍ସବରୁ ପଳାଇଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଉପରାଜ୍ୟପାଳ ବିନୟ କୁମାର ସାକସେନାଙ୍କ ଗୁରୁବାର ଥିଲା ଶପଥ ଗ୍ରହଣ ଉତ୍ସବ । କିନ୍ତୁ ଏହି ସମାରୋହରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଘଟଣା । ନିମନ୍ତ୍ରୀତ ହୋଇଥିବା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଯେଉଁ ଆସନ ମିଳିଥିଲା, ସେଥିରେ ସେ ଅସନ୍ତୋଷ ପ୍ରକାଶ କରି ରାଗିଯାଇ ସମାରୋହ ମଧ୍ୟରୁ ପଳାଇଥିଲେ । ଶ୍ରୀ ସାକସେନାଙ୍କ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରୀ, ନେତା ଯୋଗ ଦେଇଥିଲେ ।

ସାଂସଦ ହର୍ଷବର୍ଦ୍ଧନ ମଧ୍ୟ ଯୋଗ ଦେବାକୁ ଯାଇଥିଲେ । ମାତ୍ର ବସିବାକୁ ତାଙ୍କୁ ଯେଉଁ ସିଟ୍ ମିଳିଥିଲା, ସେଥିରେ ସେ ସନ୍ତୁଷ୍ଟ ନଥିଲେ । ଫଳରେ ଶପଥ ଗ୍ରହଣ ପୂର୍ବରୁ ସେ ରାଗିକରି ଚାଲିଯାଇଥିବା ଜଣାପଡିଛି । ତେବେ ଏହି ଅପମାନ ସମ୍ପର୍କରେ ଉପରାଜ୍ୟପାଳ ବିନୟ କୁମାର ସାକସେନାଙ୍କୁ ନିଶ୍ଚିତ ଅଭିଯୋଗ କରିବେ ବୋଲି ଦିଲ୍ଲୀ ମୁଖ୍ୟ ସଚିବ ନରେଶ କୁମାରଙ୍କୁ କହିଛନ୍ତି । ତେଣୁ ହର୍ଷବର୍ଦ୍ଧନ ଫେରିଯିବା ପରେ ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଶପଥ ଗ୍ରହଣ ସ୍ଥଳରେ ଚୌକି ବଦଳରେ ସୋଫା ପକାଯାଇଥିବା ଜଣାପଡିଛି ।

Related posts

୨୪ଘଣ୍ଟାରେ ଦେଶରୁ ୧ ୮୩୮ କରୋନା ସଂକ୍ରମିତ ଚିହ୍ନଟ 

mahabharatanews

‘ଭାରତ ବନ୍ଦ’: ନୋଏଡରେ ୧୪୪ ଧାରା ଲାଗୁ 

mahabharatanews

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଅମୀର ଖାଁ

mahabharatanews