Uncategorized

ଶରୀର ପାଇଁ ଖୁବ ଉପକାରୀ ଗୋଲମରିଚ

(ମହାଭାରତ): ଆମ ରୋଷେଇ ଘରେ ଥିବା ଏକ ମସଲା ହେଉଛି ଗୋଲମରିଚ । ଏହା ପାଟିକୁ ରାଗ ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଲମରିଚ ଖାଇଲେ ଆୟୁଷ ବଢିଥାଏ । ଗୋଲମରିଚରେ ଆଇରନ୍,ପୋଟାସିୟମ୍, ଫସଫରସ୍, ମାଙ୍ଗାନିଜ୍, ଜିଙ୍କ୍, କ୍ରୋମିୟମ୍, ଭିଟାମିନ୍-ଏ ଓ ‘ସି’ଭଳି ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀର ପାଇଁ ଖୁବ ଉପକାରୀ ।

୧- ଗବେଷଣା ଅନୁସାରେ ଯେଉଁ ବ୍ୟକ୍ତି ନିଜ ଖାଦ୍ୟରେ ଗୋଲମରିଚକୁ ସାମିଲ କରନ୍ତି, ଅନ୍ୟମାନଙ୍କ ତୁଳନାରେ ସେମାନଙ୍କ ବୟସ ୮.୨ ବର୍ଷ ବଢିଯାଇଥାଏ । ଗୋଲମରିଚ ଦେହ ପାଇଁ ଭଲ, କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହାକୁ ଗରମ କରି ଖାଇଲେ ଅଧିକ ସୁଫଳ ମିଳିଥାଏ ।

୨- ଗୋଲମରିଚରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କ୍ୟାନସର ଓ କାର୍ଡିଓଭାସ୍କୁଲାର ରୋଗ ସହିତ ଲଢେଇ କରିଥାଏ । ତେଣୁ ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ । ସେଥିପାଇଁ ପ୍ରତ୍ୟେକ ଦିନ ନିଜ ଡାଏଟରେ ଗୋଲମରିଚକୁ ସାମିଲ କରିବା ପାଇଁ ଆୟୁର୍ବେଦିକ ଡାକ୍ତର ପରାମର୍ଶ ଦେଇଥାନ୍ତି ।

୩- ଯଦି ଭୋକ ଲାଗୁନାହିଁ,ତେବେ ଗୋଲମରିଚକୁ ଉଷୁମ ପାଣିରେ ପକାଇ ପିଇବା ଦ୍ୱାରା ଭୋକ ବଢିଥାଏ । ୪- ସେହିପରି ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ ମ୍ କରିବା ପାଇଁ ଗୋଲମରିଚ ସବୁଠୁ ଭଲ । ଏହି ସମୟରେ ଗୋଲମରିଚ ଓ ସୁଣ୍ଠିକୁ ଉଷୁମ ପାଣି ସହିତ ପିଇଲେ ପେଟ ଯନ୍ତ୍ରଣା କମ୍ ହୋଇଥାଏ ।

୫- ଗ୍ୟାସ, ଅଜୀର୍ଣ୍ଣ କିମ୍ବା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଗୋଲମରିଚ ମୁକ୍ତି ଦେଇଥାଏ । ଗୋଲମରିଚ ଶରୀରରେ ପାଚନ କ୍ରିୟାକୁ ସନ୍ତୁଳିତ ରଖିଥାଏ । ତେଣୁ ପେଟ ଫୁଲିବା, ଗ୍ୟାସ, ଅଜୀର୍ଣ୍ଣ କିମ୍ବା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

Related posts

ଭାରତରେ ଶୋ’ରଦ୍ଦ କଲେ ପପଷ୍ଟାର ଖଲିଦ୍

mahabharatanews

୨ ଟ୍ରକ ଧକ୍କା: ୨୩ ପ୍ରବାସୀ ଶ୍ରମିକ ମୃତ: ୨୦ ଗୁରୁତର

mahabharatanews

୯୭ ବର୍ଷୀୟା ବୃଦ୍ଧା ପଞ୍ଚାୟତ ନିର୍ବାଚନରେ ବିଜୟୀ

mahabharatanews