ଅପରାଧ

ଶାଶୁକୁ ହାଣି ଜ୍ୱାଇଁ ପୁଅ ଚମ୍ପଟ୍, ଥାନାରେ ମାମଲା

(କଣିହାଁ/ଜ୍ୟୋତିରଂଜନ ଧର ): ଅନୁଗୋଳ ଜିଲ୍ଲା କଣିହାଁ ଥାନା ବଇଣ୍ଡା ଗ୍ରାମର ଜ୍ୱାଇଁ ଶାଶୁକୁ ହାଣି ଘରୁ ଚମ୍ପଟ୍ ମାରିଥିବା ଜଣାପଡିଛି । ଜ୍ୱାଇଁ ପୁଅର ଆକ୍ରମଣରେ ତୁଳେଇ ପ୍ରଧାନ ଆହତ ହୋଇଥିବା ଜଣାପଡିଛି ।
ସୂଚନାରୁ ପ୍ରକାଶ ଯେ, ଝିଅ ଜ୍ୱାଇଁ ଝଗଡାକୁ ବନ୍ଦ କରିବାକୁ ଯାଇ ଶାଶୁକୁ ହଣା ଖାଇବାକୁ ପଡିଛି ବୋଲି ପୁଲିସ୍ କହିଛି । ଆକ୍ରମଣକାରୀ ଯୁବକ ଲକ୍ଷ୍ମଣ ନାୟକବୋଲି ପୁଲିସ୍ କହିଛି । ଘଟଣାସ୍ଥଳକୁ ପୁଲିସ୍ ପହଁଚିଲା ବେଳକୁ ଅଭିଯୁକ୍ତ ଲକ୍ଷ୍ମଣ ଚମ୍ପଟ ମାରିଥିଲା । ଏନେଇ ପରିବାର ପକ୍ଷରୁ କଣିହାଁ ଥାନାରେ ଏକ ମାମଲା ରୁଜୁ ହୋଇଥିବା ପ୍ରକାଶ । ପୁଲିସ୍ ଅଭିଯୁକ୍ତକୁ ଧରିବ । ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

Related posts

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ

mahabharatanews

୫ ମାସ ପୁଅର ଜୀବନ ନେଲେ ସମଲିଙ୍ଗୀ ସାଥି ଏବଂ ମା’

mahabharatanews