ଅପରାଧ

ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

(ମହାଭାରତ, ବାସୁଦେବପୁର): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିଷ୍ନତକୃଷ୍ଣ ପୁର ପଞ୍ଚାୟତ ଲୁଣିସାହି ଗାଁରେ ଏକ କୋମଳମତି ଶିଶୁକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏଠାରେ ଶିଶୁକନ୍ୟାଟିକୁ ଚକୋଲେଟ ଦେଇ ଜଣେ ଯୁବକ ଦୁଷ୍କର୍ମ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣକ ଏହି ଗାଁର ୩୫ ବର୍ଷିୟ ଜଗନ୍ନାଥ ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଏହି ଗାଁର ଜଗବନ୍ଧୁ ବେହେରାଙ୍କ ୪ ବର୍ଷର ଝିଅ ପ୍ରତଦିନ ପରି ସକାଳେ ଟ୍ୟୁସନ ଯାଇଥିଲା । ସେଠାରୁ ଘରକୁ ଫେରିବା ବେଳେ ପଡୋଶୀ ଘରର ଜଣେ ଯୁବକ ଝିଅଟିକୁ ଚକୋଲେଟ ଦେବା ବାହାନାରେ ଡାକି ନେଇଥିଲେ । ଏକାନ୍ତରେ ପାଇ ସେ ଉକ୍ତ ଶିଶୁକୁ ଦୁଷ୍କର୍ମ କରିଥିଲେ । ଝିଅଟି ଘରକୁ ଫେରିବା ପରେ କାନ୍ଦି କାନ୍ଦି ତା’ ମାଆଙ୍କୁ ସବୁ କଥା ଜଣାଇଥିଲା । ଘଟଣା ବିଷୟରେ ଜାଣିବା ପରେ ପୀଡିତାଙ୍କୁ ପାଖ ପଡୋଶୀମାନେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ପରେ ନାୟକାଣିଡିହି ଥାନାରେ ପୀଡିତାଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଥିଲେ । ନାୟକାଣିଡିହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରିଫ କରିଛି । ପୋଲିସ ଏହି ମାମଲାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ନଦୀପଠାରେ ଛାତ୍ରୀଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେ

mahabharatanews

ପୋଲିସ ଆଖିରେ ଆଙ୍ଗୁଟି ଗେଞ୍ଜି ଲୁଟିଲେ ଲୁଟେରା

mahabharatanews

ବିମାନ ସିଟରୁ ମିଳିଲା ୧୪ କିଲୋ ସୁନା

mahabharatanews