ଅପରାଧ

ବିମାନ ସିଟରୁ ମିଳିଲା ୧୪ କିଲୋ ସୁନା

(ଆଦର୍ଶ ରାଉତ /ମହାଭାରତ)ଭୁବନେଶ୍ୱର: ହାଇଦ୍ରାବାଦ ବିମାନ ବନ୍ଦରରେ ଜବତ ହୋଇଛି ସୁନା । ଦୁବାଇରୁ ଭାରତ ଆସିଥିବା ଏୟାର ଇଣ୍ଡିଆର ଏ.ଆଇ ୯୯୨ ବିମାନର ସିଟ ନମ୍ବର ୩୧ଏ ଏବଂ ୩୨ଏ ର ପଛ ପାଶ୍ୱର୍ରୁ ଜବତ ହୋଇଛି ୧୪ କିଲୋ ସୁନା । ଗୁଇନ୍ଦା ସୁତ୍ରରୁ ଖବର ପାଇ ହାଇଦ୍ରାବାଦ ସ୍ଥିତ ଥିବା ଡ଼ି.ଆର.ଆଇ ତରଫରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଏହି ଦୁଇଟି ସିଟର ପଛ ପାଶ୍ୱର୍ରେ ଥିବା କଣାରୁ ତାରରେ ବନ୍ଧା ହୋଇ ହାର ଆକୃତିରେ ସୁନା ମିଳିଥିଲା । ଏହି ଘଟଣାରେ ୨ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇଛି । ଜଣେ ସାଉଥ କୋରିଆ ହୋଇଥିବା ବେଳେ ଆଉ ଜଣେ ଚାଇନାର ବୋଲି ଜଣାପଡ଼ିଛି । ଜବତ ହୋଇଥିବା ସୁନାର ଆନୁମାନିକ ମୁଲ୍ୟ ୫.୪୬.୦୦୦୦୦ ହେବ । ତଦନ୍ତ ସମୟରେ ଉଭୟ ଯାତ୍ରୀ ବେଆଇନ ଭାବେ ସୁନା ନେଇଥିବା ମାନିଛନ୍ତି ।

Related posts

ବହୁଚର୍ଚ୍ଚିତ ନୟାଗଡ଼ର ପରୀ ମର୍ଡର କେସରେ ନୂଆ ମୋଡ

mahabharatanews

ଫେରାର ଆଇଆଇସିଙ୍କ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ

mahabharatanews

ଯୁବକଙ୍କୁ ବାନ୍ଧି ନିର୍ଦ୍ଧୁମ ମାଡ

mahabharatanews