ଓଡିଶା

ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

(ମଧୂସୁଦନ ବହିଦାର)  ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ । ନିଲମ୍ବିତ ଶିଶୁ ରୋଗ ବିଶେଷଜ୍ଞ ହେଲେ ଡ଼ାକ୍ତର ବିଜୁ ଅଗ୍ରୱାଲ। ଡ଼ାକ୍ତରଖାନାର ନିରାମୟ ଯୋଜନା ରେ ମାଗଣା ଔଷଧ ମହଜୁଦ ଥିବା ସତ୍ତ୍ବେ ରୋଗୀ ଙ୍କୁ ବାହାର କମ୍ପାନୀର ଔଷଧ ଲେଖିଥିଲେ । ଆଜି ସ୍ବାସ୍ଥ୍ୟ ସଚିବ ଙ୍କ ପରିଦର୍ଶନ ସମୟରେ ଧରାପଡିଥିଲେ । ସ୍ବାସ୍ଥ୍ୟ ସଚିବ ଡ଼ ପ୍ରମୋଦ କୁମାର ମେହେର୍ଦ୍ଦା ଙ୍କ ପରାମର୍ଶ କ୍ରମେ ଡ଼ାକ୍ତର ଅଗ୍ରୱାଲ ଙ୍କୁ ଚାକିରୀ ରୁ ନିଲମ୍ବିତ କଲେ ରାଜ୍ୟ ସରକାର । ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ମେଡ଼ିକାଲ ଅଫିସର ଡ଼ାକ୍ତର ଦିଲିପ ବିଶ୍ବାଳ ଙ୍କ ବିରୁଦ୍ଧରେ ମଧ୍ୟ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Related posts

ପିପିଲି ଅଞ୍ଚଳରେ କରୋନ ସଂକ୍ରମଣ ଚିହ୍ନଟ ହେବାପରେ ଉକ୍ତ ଅଞ୍ଚଳ ସଟଡାଉନ

mahabharatanews

୨୨ରୁ ମଧ୍ୟମ ଧରଣର ବର୍ଷା, ସମୁଦ୍ର ଅଶାନ୍ତ 

mahabharatanews

ରାଜ୍ୟରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର

mahabharatanews

Leave a Comment